ଜୁମ ଆପ୍ ବ୍ୟାନ୍ ନ କରିବାର ରହସ୍ୟ ବାବଦରେ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ସୋମବାର ଭାରତ ସରକାର ୫୯ ଟି ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁଥିରେ ଲୋକପ୍ରିୟ ଆପ୍ ଟିକଟକ, ଲାଇକ୍ ଏବଂ କ୍ୟାମ ସ୍କାନର୍ ଅନ୍ତର୍ଭୁକ୍ତ ରହିଛି | ତେବେ ଏହି ତାଲିକାରେ ଜୁମ୍ ଆପର ନାମ ନଥିବା ଦେଖି ସୋସିଆଲ ମିଡିଆରେ ୟୁଜର୍ସ ମାନେ ମଧ୍ୟ ଏହା ଚୀନ ଆପ ହୋଇଥିବାରୁ ବ୍ୟାନ କରିବାକୁ ସ୍ୱର ଉଠାଇଛନ୍ତି | କିନ୍ତୁ ପ୍ରକୃତରେ ବାସ୍ତବ କଥା ସେୟା ନୁହେଁ |

ପ୍ରକୃତରେ ଜୁମ୍ ଭାରତରେ ନିଷେଧ ହୋଇନାହିଁ କାରଣ ଏହା ଏକ ଆମେରିକୀୟ ଆପ୍ | ଏହି ଆପର ପ୍ରତିଷ୍ଠାତା ହେଉଛନ୍ତି ଏରିକ୍ ୟୁଆନ୍ | କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ କାଲିଫର୍ଣ୍ଣିଆରେ ଥିବାବେଳେ ଜୁମ୍ ର ସିଇଓ ଏରିକ୍ ୟୁଆନ୍ ଚୀନରେ ଜନ୍ମଗ୍ରହଣ କରିଥିଲେ ସତ କିନ୍ତୁ ମୂଳତଃ ସେ ଆମେରିକାର ନାଗରିକ |

photo-business insider

ୟୁଆନ୍ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଜୁମ୍ ହେଉଛି ଏକ ସମ୍ପୂର୍ଣ୍ଣ ଆମେରିକୀୟ ଆପ୍ | ଯାହା ଆମେରିକାରେ ନିର୍ମିତ ଏବଂ ଏହାର ମୁଖ୍ୟାଳୟ ମଧ୍ୟ ଏଠାରେ ଅଛି | ସୂଚନା ଥାଉ କି ଦେଖୁଥିବା ଭିଡିଓ କନଫରେନ୍ସିଂ ଜୁମ୍ ଆପ୍ ଭାରତରେ କରୋନା ଭାଇରସ୍ ଲକଡାଉନ୍ ସମୟରେ ବହୁଳ ଭାବରେ ବ୍ୟବହୃତ ହୋଇଛି | ଜୁମ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ମଧ୍ୟରେ ମଧ୍ୟ ଏହି ଆପରେ ଡାଟା ସୁରକ୍ଷା ବିଷୟରେ ପ୍ରଶ୍ନ ଉଠିଥିଲା |

ସମ୍ବନ୍ଧିତ ଖବର