ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଓ କଲେଜଗୁଡ଼ିକ ଆଗାମୀ ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ । ସେହିଭଳି ଶିକ୍ଷାଦାନ କରୁଥିବା କୋଚିଂ ସେଣ୍ଟର ଓ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରେ ମଧ୍ୟ ପାଠ ପଢ଼ାହେବ ନାହିଁ । ଆଜି ରାତି ଅନଲକ-୧ ଅବଧି ଶେଷ ହେବା ପୂର୍ବରୁ ଜୁଲାଇରେ କରୋନା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ଜୁଲାଇ ମାସରେ ରାଜ୍ୟରେ କୋଭିଡ୍ ମୁକାବିଲା ଲାଗି କିଭଳି କଟକଣା ରହିବ ତାହା ଘୋଷଣା କରିଛନ୍ତି।

ନୂତନ ଗାଇଡଲାଇଡ଼୍ ଅନୁସାରେ କ‌ଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନ୍ କଟକଣା ଜାରି ରହିବ। ସେଠାରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକଳାପ ବନ୍ଦ ରହିବ। ଏହାର ରୂପରେଖ କିପରି ହେବ ତାହା ପରିସ୍ଥିତିକୁ ନଜରରରେ ରଖି ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ। ତେବେ ଅଣକଣ୍ଟେନମେଣ୍ଟ ଜୋନରେ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପକୁ ଛାଡ଼ି ଅନ୍ୟ ସବୁ ଜାରି ରହିବ। ଓଡ଼ିଶାରେ ଅଗଷ୍ଟ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।  ହୋଟେଲ, ସିନେମା ହଲ, ମନୋରଂଜନ ପାର୍କ, ଜିମ ଆଦି ମଧ୍ୟ ବନ୍ଦ ରହିବ । ରାଜପଥ କଡ଼ରେ ଥିବା ଢାବା ଓ ରେଷ୍ଟୁରାଣ୍ଟ ଖୋଲା ରହିବ କିନ୍ତୁ ଲୋକେ ସେଠାରେ ବସି ଖାଇପାରିବେ ନାହିଁ । ଏଠାରୁ କେବଳ ପାର୍ସଲ ମିଳିପାରିବ ।

ସେହିପରି ସମସ୍ତ ଧର୍ମପୀଠ ବନ୍ଦ ରହିବ। କୌଣସି ଧାର୍ମିକ ସମାବେଶକୁ ମଧ୍ୟ ଅନୁମତି ଦିଆଯିବ ନାହିଁ। କେବଳ ଧର୍ମ ସମାବେଶ ନୁହେଁ, ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ପାରିବାରିକ ସମାବେଶକୁ ମଧ୍ୟ ନିଷେଧ କରାଯାଇଛି। କେବଳ ବିବାହ ଓ ଶେଷକୃତ୍ୟ ଭଳି ଅନୁଷ୍ଠାନକୁ ଅନୁମତି ମିଳିଛି, କିନ୍ତୁ ତାହା ମଧ୍ୟ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ହେବ।

ସ୍ଥାନୀୟ ଅଧିକାରୀ ଅବରୋଧ ଅଂଚଳ ଘୋଷଣା କରିବେ । ଜିଲ୍ଲାପାଳମାନଙ୍କୁ ଏନେଇ ନିର୍ଦେଶ ଦିଆଯାଇଛି । ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ୧୦ଟି ଜିଲ୍ଲାରେ ୱିକେଣ୍ଡ (ଶନିବାର ଓ ରବିବାର) ସଟଡାଉନ ରହିବ । ଏଥିରେ ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ମୟୂରଭଂଜ, ଜଗତସିଂହପୁର, ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର ଯାଜପୁର ଜିଲ୍ଲା ସାମିଲ ଅଛି । କାରଣ ଏହି ସବୁ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ଅଧିକ ରହିଛି ଏବଂ ଏହି ଜିଲ୍ଲାକୁଡ଼ିକ ଜୋନ-୧ରେ ସ୍ଥାନ ପାଇଛି । ଏହି ଜିଲ୍ଲା ଗୁଡ଼ିକରେ ସ୍ଥାନୀୟ ଅଧିକାରୀମାନେ ଅଫିସ ଓ ଦୋକାନ ବନ୍ଦ କରିପାରିବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ମାସ୍କ ପିନ୍ଧିବା, ଛେପ ପକାଇବା, ସାମାଜିକ ଦୂରତ୍ୱକୁ ଜୁଲାଇ ମାସ ପାଇଁ ଗୁରୁତ୍ୱ ଦିଆଯାଇଛି । ନିୟମ କଡ଼ାକଡ଼ି କରାଯିବ । ବିବାହ ମହୋସôବରେ ୫୦ରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ । ସେହିପରି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ୨୦ ଲୋକରୁ ଅଧିକ ଏକତ୍ର ହୋଇପାରିବେ ନ ସଟଡାଉନ ସମୟରେ ବିବାହ ଓ ଅନ୍ତିମ ସଂସ୍କାର ପାଇଁ ଅନୁମତି ନିଆଯାଇ କାମ କରାଯାଇ ପାରିବ । ପାସେଞ୍ଜର ଟ୍ରେନ, ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଓ ବିମାନ ଓଡ଼ିଶାକୁ ଆସିବ ।

ସମ୍ବନ୍ଧିତ ଖବର