କୋଭାକ୍ସିନର ବଜାର ଦର ଘୋଷଣା କଲା ଭାରତ ବାୟୋଟେକ; ରାଜ୍ୟ ଲାଗି ୬୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨୦୦

ହାଇଦ୍ରାବାଦ: ଭାରତ ବାୟୋଟେକ କରୋନା ଟିକା କୋଭାକ୍ସିନର ବଜାର ଦର ନିର୍ଦ୍ଧାରଣ କରିଛି। ଶନିବାର ବିଳମ୍ବିତ ସଂଧ୍ୟାରେ ଭାରତ ବାୟୋଟେକ ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଲାଗି କୋଭାକ୍ସିନ୍ ଟିକାର ମୂଲ୍ୟ ଡୋଜ୍ ପିଛା ୬୦୦ ଟଙ୍କା ରହିବା ବେଳେ ଘରୋଇ ହସ୍ପିଟାଲ୍ ଲାଗି ଏହା ୧୨୦୦ ଟଙ୍କା ରହିବ। ତେବେ ଟିକାର  ଘରୋଇ ଦର ଓ ରପ୍ତାନି ଦର ଅଲଗା ରହିଛି। ଅନ୍ୟ ଦେଶକୁ କୋଭାକ୍ସିନ୍ ରପ୍ତାନି ହେବ ଏବଂ ଏହାର ଦର ୧୧୨୩ରୁ ୧୪୯୮ ଟଙ୍କା ମଧ୍ୟରେ ରହିବ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର