ମହାରାଷ୍ଟ୍ରର ଭିଓ୍ବାଣ୍ଡିରେ କୋଠା ଭୁଶୁଡ଼ିବା ଘଟଣା: ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି

ମୁମ୍ବାଇ: ଗତକାଲି ଭୋର ୩ଟା ୪୫ମିନିଟରେ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱାଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିଲା। ପ୍ରଥମେ ୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ‌ପରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଥିଲା। ଏବେ ଘଟଣାର ୨୪ଘଣ୍ଟା ପରେ ଆଉ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯାହାଫଳରେ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି। ଏହା ସହ ଏନଡିଆରଏଫ ପକ୍ଷରୁ ୨୦ଜଣଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭଙ୍ଗା କୋଠାର ଭଗ୍ନସ୍ତୁପ ତଳୁ ୨୦ଜଣଙ୍କ ମୃତଦେହ ଉଦ୍ଧାରକାରୀ ଦଳ ବାହାର କରିଛନ୍ତି । ସେପରି ଘଟଣା ପରେ ଭଗ୍ନସ୍ତୁପ ତଳୁ ୨୦ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ ସୁରକ୍ଷିତ ଗତକାଲି ଉଦ୍ଧାର କରିଥିଲେ।

କୋଠା ଭୁଶୁଡ଼ିବା ଘଟଣାରେ ଦୁଇ ନାଗରିକ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ କୋଠା ମାଲିକଙ୍କ ବିରୋଧରେ ଏକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ଥାଣେ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଟିଡିଆରଏଫ) ର କର୍ମଚାରୀମାନେ ଚାରି ବର୍ଷର ବାଳକ ଉବେଦ କୁରେଶିଙ୍କୁ ଅଳିଆ ଆବର୍ଜନା ଭିତରୁ ବାହାର କରି ପାଣି ପିଇବାକୁ ଦେଇଥିବା ଜଣା ପଡ଼ିଛି।

The Indian Express

ଥାଣେ ଠାରୁ ପ୍ରାୟ ୧୦କିଲୋମିଟର ଦୂର ଭିଓ୍ବାଣ୍ଡିରେ ଥିବା ଏହି କୋଠାରେ ୪୦ଟି ଫ୍ଲାଟ ଥିଲା ଏବଂ ସେଠାରେ ପ୍ରାୟ ୧୫୦ଜଣ ଲୋକ ରହୁଥିଲେ। ଭବନ-ନିଜାମପୁର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏନ୍ଏମ୍ସି) ର ଭଙ୍ଗା ସଂରଚନା ତାଲିକାରେ ଏହି କୋଠା ନାହିଁ।

ସମ୍ବନ୍ଧିତ ଖବର