ସିନ୍ଦେଙ୍କ ସହ ହାତ ମିଳାଇଲେ ଉଦ୍ଧବ ଠାକରେଙ୍କ ଘନିଷ୍ଠ ବନ୍ଧୁଙ୍କ ପୁଅ

ମୁମ୍ବାଇ: ଶିବସେନାର ନାଁ ଏବଂ ଦଳୀୟ ଚିହ୍ନ ହରାଇବା ପରେ ଏବେ ପୁଣି ଥରେ ଉଦ୍ଧବ ଠାକରେଙ୍କୁ ଝଟକା ଲାଗିଛି। ଏକନାଥ ସିନ୍ଦେ କ୍ଷମତା ଛଡ଼ାଇନେବା ପରେ ଏବେ ଉଦ୍ଧବଙ୍କଠାରୁ ତାଙ୍କ ସମର୍ଥକ ମଧ୍ୟ ଦୂରେଇ ଯାଉଥିବା ଦେଖାଯାଇଛି। ଅତୀତରେ ଉଦ୍ଧବଙ୍କ ସମର୍ଥକ ସିନ୍ଦେଙ୍କ ସହ ହାତ ମିଳାଇଥିବା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଉଦ୍ଧବଙ୍କ ଅତି ଘନିଷ୍ଠ ବନ୍ଧୁ ସୁଭାଷ ଦେଶାଇଙ୍କ ପୁଅ ଭୂଷଣ ଦେଶାଇ, ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଛନ୍ତି। ଆଜି ସେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ସଦସ୍ୟତା ଗ୍ରହଣ କରିଛନ୍ତି।

ଶିବସେନାରେ ଯୋଗଦେବା ପରେ ଭୂଷଣ ଦେଶାଇ କହିଛନ୍ତି, ‘ବାଲାସାହେବ ମୋର ଭଗବାନ। ଏକନାଥ ସିନ୍ଦେ ହିନ୍ଦୁତ୍ୱର ଧାରଣାକୁ ପ୍ରୋତ୍ସାହିତ କରୁଛନ୍ତି। ମୁଁ ତାଙ୍କ ଉପରେ ବିଶ୍ୱାସ କରେ। ମୁଁ ତାଙ୍କ ସହିତ ପୂର୍ବରୁ କାମ କରିସାରିଛି ଏବଂ ଭବିଷ୍ୟତରେ ମଧ୍ୟ ମୁଁ ତାଙ୍କ ପାଇଁ ଛିଡା ହେବି। ଜଣେ ସାମାଜିକ କର୍ମୀ ଭାବରେ ମୁଁ ସିନ୍ଦେଙ୍କ ଦ୍ୱାରା ଅନୁପ୍ରାଣିତ।

ଭୂଷଣ ଦଳରେ ଯୋଗଦେବା ପରେ ଏକନାଥ ସିନ୍ଦେ କହିଛନ୍ତି ଯେ ବିଧାନସଭା ଅଧିବେଶନ ଚାଲିଛି। ଆମର ଅଧିବେଶନ ଚାଲିଥିବା ବେଳେ ଭୂଷଣ ସୁଭାଷ ଦେଶାଇ ଆମ ସହିତ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରରେ ବାଲାସାହେବଙ୍କ ଚିନ୍ତାଧାରାକୁ ଅନୁସରଣ କରୁଥିବା ସରକାର ରହିଛି। ଯେତେବେଳେ ଆମେ ବିଦ୍ରୋହ କରିବାକୁ ନିଷ୍ପତ୍ତି ନେଇଥିଲୁ, ଆମ ସହିତ ୪୦ଜଣ ବିଧାୟକ ଏବଂ ୧୩ଜଣ ସାଂସଦ ଥିଲେ। କିନ୍ତୁ ଏହା ପରେ ଅନେକ ଲୋକ ଆମ ସହିତ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର