କୋଭିଡ୍‌-୧୯ ଯୁଦ୍ଧରେ ବଡ଼ ସଫଳତା : ମିଳିଲା ଜୀବନ ରକ୍ଷାକାରୀ ଔଷଧର ସନ୍ଧାନ

ମୃତ୍ୟୁ ହାରକୁ ଏକ କମାଇବ ତୃତୀୟାଂଶ

ପ୍ୟାରିସ୍‌: ନୋଭେଲ କରୋନାଭାଇରସ୍‌ ବା କୋଭିଡ୍‌-୧୯ ମହାମାରୀ ବିରୋଧରେ ବିଶ୍ୱ ବ୍ୟାପି ଆରମ୍ଭ ହୋଇଥିବା ଲଢ଼େଇରେ ଗବେଷକମାନଙ୍କୁ ମିଳିଛି ଏକ ବଡ଼ ସଫଳତା। ମହାମାରୀ କୋଭିଡ୍‌-୧୯କୁ ପ୍ରତିହତ କରିବା ପାଇଁ ଗବେଷକମାନେ ପାଇଛନ୍ତି ଏକ ଜୀବନ ରକ୍ଷାକାରୀ ଔଷଧ । ଯାହାକି କୋଭିଡ୍‌-୧୯ ଜନିତ ମୃତ୍ୟୁ ହାରକୁ ଏକ ତୃତୀୟାଂଶକୁ କମାଇ ଦେବାରେ ସମର୍ଥ। ‘ଷ୍ଟେରଏଡ୍‌ ଡେକ୍ସାମେଥାସୋନ’ ନାମକ ଏହି ଔଷଧକୁ କୋଭିଡ୍‌-୧୯ ରୋଗରେ ଗୁରୁତର ଭାବେ ଆକ୍ରାନ୍ତ ଥିବା ୨୦୦୦ ରୋଗୀଙ୍କ ଶରୀରରେ ପ୍ରୟୋଗ କରାଯାଇ ମିଳିଥିବା ଫଳାଫଳରୁ ଏହି ତଥ୍ୟ ମିଳିଛି। ଏବଂ ୨୦୦୦ ଗୁରୁତର ରୋଗୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ରୋଗୀଙ୍କ ଜୀବନକୁ ରକ୍ଷା କରିବାରେ ସମର୍ଥ ହୋଇଛି ଏହି ଜୀବନ ରକ୍ଷାକାରୀ ଔଷଧ।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଅକ୍ସଫୋର୍ଡ ୟୁନିଭରସିଟିର ଏକ ଗବେଷକ ଦଳ ‘ଷ୍ଟେରଏଡ୍‌ ଡେକ୍ସାମେଥାସୋନ’ ଔଷଧକୁ କୋଭିଡ୍‌-୧୯ରେ ଗୁରୁତର ଭାବେ ଆକ୍ରାନ୍ତ ହୋଇ ଭେଣ୍ଟିଲେଟର ସହାୟତାରେ ନିଜର ନିଃଶ୍ୱାସପ୍ରଶ୍ୱାସକୁ ଅବ୍ୟାହତ ରଖିଥିବା ୨,୦୦୦ ରୋଗୀଙ୍କ ଶରୀରରେ ପ୍ରୟୋଗ କରିଥିଲେ। ଏହି ଔଷଧର ପ୍ରୟୋଗ ଦ୍ୱାରା ଏମାନଙ୍କ ମଧ୍ୟରୁ ୩୫ ପ୍ରତଶତ ରୋଗୀଙ୍କ ଜୀବନକୁ ରକ୍ଷା କରାଯାଇ ପାରିଥିଲା।

NewIndianExpress

ଏହି ସଫଳତା ପାଇବା ପରେ ଗବେଷକ ଦଳ କହିଛନ୍ତି ଯେ କୋଭିଡ୍‌-୧୯ରେ ଗୁରୁତର ଭାବେ ଆକ୍ରାନ୍ତ ହୋଇ କେବଳ ମାତ୍ର ଅମ୍ଳଜାନ ଆବଶ୍ୟକ କରୁଥିବା ୨୫ ରୋଗୀଙ୍କ ମଧ୍ୟରୁ ଜଣଙ୍କୁ ଏହି ଔଷଧ ଦ୍ୱାରା ବଞ୍ଚାଯାଇ ପାରିବ। କୋଭିଡ୍‌-୧୯ ରୋଗର ଏହା ସର୍ବପ୍ରଥମ ଜୀବନ ରକ୍ଷାକାରୀ ଔଷଧ ଥିବା ଦାବୀ କରିଛନ୍ତି ଗବେଷକ ଦଳ।

ସମ୍ବନ୍ଧିତ ଖବର