ବିକ୍ରମସିଂହେ ପୁଣି ପ୍ରଧାନମନ୍ତ୍ରୀ

କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ୍‌ ଶିରିସେନାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସଂସଦ ଭଙ୍ଗ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ସହ ପୂର୍ବ ସରକାରଙ୍କୁ ବୈଧ ଘୋଷଣା କରିଥିବାରୁ ବହିଷ୍କୃତ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂହେ ପୁଣି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଆସନ୍ତାକାଲି ବିକ୍ରମସିଂହେଙ୍କ ଶପଥ ଗ୍ରହଣ କରିବେ ଏବଂ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମହିନ୍ଦା ରାଜପକ୍ଷେ ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର