ଛାଡ଼ପତ୍ର ବିବାଦରେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ବିରୋଧରେ ତାଙ୍କ ପତ୍ନୀ ନିର୍ଯାତନା ଅଭି‌ଯୋଗ ଆଣିବା ଏବଂ ଛାଡ଼ପତ୍ର ପାଇଁ ଦିଲ୍ଲୀ କୋର୍ଟରେ ଆବେଦନ କରିବା ଖବର ଆଜି ଦିନ ସାରା ଚର୍ଚ୍ଚାରେ ରହିଥିଲା। ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଖବର ମିଛ ବୋଲି ଜଣାପଡ଼ିଛି। ବିପ୍ଳବ ଦେବ ଏବଂ ତାଙ୍କ ପତ୍ନୀ ନୀତି ଦେବଙ୍କ ମଧ୍ୟ‌ରେ ସେମିତି କିଛି ହୋଇନାହିଁ। ନୀତି ଦେବ ଘରୋଇ ହିଂସାର ଶିକାର ହେବା ଖବର ମଧ୍ୟ ମିଛ। ବିପ୍ଳବ ଦେବଙ୍କ ପତ୍ନୀ ଏଭଳି ଖବରକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି। ଫେସବୁକ୍‌ରେ ସ୍ପଷ୍ଟୀକରଣ ଦେଇ ବିପ୍ଳବ ଦେବଙ୍କ ପତ୍ନୀ ଆଜି କହିଛନ୍ତି ଯେ କେବଳ ରାଜନୈତିକ ଫାଇଦା ପାଇଁ ଏଭଳି ଅପପ୍ରଚାର କରାଯାଉଛି। ଏଭଳି ଅପପ୍ରଚାର ବନ୍ଦ କରିବାପାଇଁ ନୀତି ଦେବ ଅନୁରୋଧ କରିବାପରେ ବିଭିନ୍ନ ୱେବସାଇଟ୍‌ରେ ଜାରି ହୋଇଥିବା ଏହି ଖବରକୁ ପ୍ରତ୍ୟାହାର କରି ନିଆଯାଇଛି। ତ୍ରିପୁରା ପୁଲିସ ମଧ୍ୟ ଆଜି ଏନେଇ ଜଣେ ଫେସବୁକ୍‌ ୟୁଜରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ଆଜି ସୋସିଆଲ ମିଡିଆାରେ ଜାରି ହୋଇଥିବା ଏକ ଛାଡ଼ପତ୍ର କାଗଜରେ ଓକିଲ ଅଶ୍ବନୀ ଝାଙ୍କ ନାଁ ଥିବାବେଳେ ସେ ମଧ୍ୟ କହିଛନ୍ତି ଯେ ଏହି ଖବର ସଂପୂର୍ଣ୍ଣ ମିଛ।

ସମ୍ବନ୍ଧିତ ଖବର