ପ୍ରତ୍ୟେକ ଜିଲ୍ଲାରେ କର୍କଟ ଚିହ୍ନଟ କେନ୍ଦ୍ର ସ୍ଥାପନ କରାଯାଉ: ବିଜେଡି

ନୂଆଦିଲ୍ଲୀ : ଆଜି ରାଜ୍ୟସଭାରେ ଦେଶରେ କର୍କଟ ରୋଗର ସମସ୍ୟାକୁ ନେଇ ସ୍ବଳ୍ପକାଳୀନ ଆଲୋଚନା ହୋଇଥିଲା। ଆଲୋଚନାରେ ବିଜେଡି ପକ୍ଷରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଭାଗନେଇଥିଲେ। ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଦେଶରେ କର୍କଟ ରୋଗ ଯେଉଁଭଳି ଭାବେ କାୟା ବିସ୍ତାର କରୁଛି ସେନେଇ ସରକାରଙ୍କୁ ଦେଶରେ ବିଭିନ୍ନ ଜିଲ୍ଲାରେ କର୍କଟ ଚିହ୍ନଟ କେନ୍ଦ୍ର ସ୍ଥାପନ କରିବା ସହିତ ପ୍ରାରମ୍ଭିକ ଚିକିତ୍ସାର ବ୍ୟବସ୍ଥା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ। କର୍କଟ ରୋଗ କେବଳ ବ୍ୟକ୍ତି ମାନଙ୍କ ଉପରେ ଗୁରୁତର ଆର୍ଥିକ ପ୍ରଭାବ ପକାଉନାହିଁ। ଏହା ଦେଶର ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି। କର୍କଟ ରୋଗରେ ବରଗଡ଼ରେ ପ୍ରତ୍ୟେକ ମାସରେ ୭ ରୁ ୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହେଉଥିବା ସେ କହିଥିଲେ ଏବଂ ଏହି ରୋଗର ଶୀଘ୍ର ଚିହ୍ନଟ କରିବା ପାଇଁ ସମସ୍ତ ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ ସେ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର