‘ମେଟ୍ରୋ ମ୍ୟାନ୍‌’ ଶ୍ରୀଧରନ୍‌ଙ୍କୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ‘ମେଟ୍ରୋ ମ୍ୟାନ୍‌’ ଭାବରେ ଖ୍ୟାତ ଇ ଶ୍ରୀଧରନ୍‌ଙ୍କୁ ଆସନ୍ତା କେରଳ ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଗୁରୁବାର ଦିନ ବିଜେପି ଘୋଷଣା କରି କହିଛି ଯେ ଆଗାମୀ କେରଳ ବିଧାନସଭା ନିର୍ବାଚନରେ ଇ ଶ୍ରୀଧରନ୍ ହେବେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଶ୍ରୀଧରନଙ୍କ ନେତୃତ୍ୱରେ ବିଜେପି ଆଗାମୀ କେରଳ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ନିଜ ଘୋଷଣାରେ କହିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ‘ମେଟ୍ରୋ ମ୍ୟାନ୍‌’ ଭାବରେ ଖ୍ୟାତ ୮୮ ବର୍ଷୀୟ ଇ ଶ୍ରୀଧରନ୍‌ ଗତ ସପ୍ତାହରେ ବିଜେପିରେ ଆନୁଷ୍ଠାନକ ଭାବେ ଯୋଗ ଦେବାପରେ ତାଙ୍କୁ କେନ୍ଦ୍ରକରି ଅନେକ କଳ୍ପନା ଜଳ୍ପନା ପାଇଥିଲା। ଇ ଶ୍ରୀଧରନଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ୍‌ କହିଛନ୍ତି ଯେ ଦଳ ଖୁବ୍‌ ଶୀଘ୍ର କେରଳ ବିଧାନସଭାର ୧୪୦ ଆସନ ପାଇଁ ଅନ୍ୟ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରିବ।

ସମ୍ବନ୍ଧିତ ଖବର