ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ:ମମତାଙ୍କୁ କହିଲେ ସୁର୍ପଣଖା

ଲକ୍ଷ୍ନୌ:  ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟକ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପର୍ଣଖା କହି ପୁଣି ବଡ଼ ବିବାଦ ସୃଷ୍ଟି କରିଛନ୍ତି।   ବିଧାୟକ ସୁରନ୍ଦ୍ର ସିଂହ ଏକ କାର୍ଯ୍ୟକ୍ରମରେ  ମମତା ବାନାର୍ଜୀଙ୍କୁ ସୁର୍ପଣଖା ବୋଲି କହିବା ସହିତ ବିରୋଧୀ ଦଳ କଂଗ୍ରେସକୁ ରାବଣ ବୋଲି କହିଛନ୍ତି। ପଶ୍ଚିବମଙ୍ଗରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଉପରେ ମନ୍ତବ୍ୟ ଦେଇ ୟୁପି ବାଇରିଆ ବିଧାୟକ ସୁରେନ୍ଦ୍ର ସିଂହ ଏଭଳି ମନ୍ତବ୍ୟ ଦେଇଥିଲେ। ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ  ହିନ୍ଦୁ ସୁରକ୍ଷିତ ନୁହନ୍ତି। ଲୋକେ ମରୁଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ ମମତା କିଛି କରୁନାହାନ୍ତି ବୋଲି ସେ କହିଛନ୍ତି। ଜମ୍ମୁ-କଶ୍ମୀର ପରି ପଶ୍ଚିମଙ୍ଗରେ ମଧ୍ୟ ହିନ୍ଦୁଙ୍କୁ ବିତାଡ଼ିତ କରିବା  ପ୍ରୟାସ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ଏହା ପୂର୍ବରୁ ମଧ୍ୟ ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଜେପି ବିଧାୟକ କୁଳଦୀପ ସେଙ୍ଗରଙ୍କୁ ସମର୍ଥନ କରି ଏବଂ ୨୦୨୪ ଯାଏଁ ଭାରତ ହିନ୍ଦୁ ରାଷ୍ଟ୍ରରେ ପରିଣତ ହେବ କହି ବିବାଦ ଘେରକୁ ଆସିଥିଲେ।

ସମ୍ବନ୍ଧିତ ଖବର