ପାଟାନା: ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, “ଯେଉଁମାନେ ଏଭଳି କରିଛନ୍ତି, ଯେଉଁମାନେ ନିଜ ସହଯୋଗୀ ଦଳକୁ ଧୋକା ଦେଇଛନ୍ତି ସେମାନଙ୍କୁ ଜନସାଧାରଣ ଉଚିତ ଶିକ୍ଷା ଦେବେ।”
Sambad is now on WhatsApp
Join and get latest news updates delivered to you via WhatsApp
ନୀତୀଶଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ଦେଇ ବିହାର ବିଜେପି ମୁଖ୍ୟ ସଞ୍ଜୟ ଜୈସୱାଲ କହିଛନ୍ତି, “ଆମେ ଜେଡିୟୁ ଏବଂ ବିଜେପି ୨୦୨୦ ବିଧାନସଭା ନିର୍ବାଚନରେ ଏକାଠି ନିର୍ବାଚନ ଲଢ଼ିଥିଲା। ଏହି ନିର୍ବାଚନରେ ବିହାରବାସୀ ବିଜେପିକୁ ଜେଡିୟୁ ଅପେକ୍ଷା ଅଧିକ ଭୋଟ ଦେବା ସହ ବିଜେପିକୁ ସରକାର ଗଢ଼ିବାର ସୁଯୋଗ ଦେଇଥିଲେ। ଆମେ ଅଧିକ ଆସନ ଜିତିଥିଲେ ବି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ଆଜି ନୀତୀଶ ଏଭଳି ନିଷ୍ପତ୍ତି ନେଇ ବିହାରବାସୀ ଏବଂ ବିଜେପି ସହ ବିଶ୍ୱାସଘାତକତା କରିଛି। ”
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ ବିଜେପି ନିଜର ଗଠବନ୍ଧନ ଧର୍ମ ନିଭାଇଛି। ହେଲେ ନୀତୀଶ ଏଭଳି ନକରି ମେଣ୍ଟ ଭାଙ୍ଗିଛନ୍ତି। ଏପରିକି ଯେତେବେଳେ ଆମର ୬୩ଜଣ ବିଧାୟକ ଥିଲେ ଏବଂ ତାଙ୍କର ୩୬ଜଣ ବିଧାୟକ ଥିଲେ, ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ଆଜି ନୀତୀଶ ଆମକୁ ଧୋକା ଦେଇ ମେଣ୍ଟ ଭାଙ୍ଗିଛନ୍ତି। ପ୍ରଧାନମନ୍ତ୍ରୀ ହେବାକୁ ନୀତୀଶଙ୍କର ଆକାଂକ୍ଷା ତାଙ୍କୁ ମେଣ୍ଟ ଭାଙ୍ଗିବାକୁ ବାଧ୍ୟ କଲା। ୩ଦଶନ୍ଧି ମଧ୍ୟରେ ସେ ଅନେକ ଥର ନିଜର ସହଯୋଗୀ ଦଳ ବଦଳାଇଛନ୍ତି। ଏବେ ପୁଣି ପଲଟୁ ରାମ ନିଜ ସହଯୋଗୀ ଦଳକୁ ଧୋକା ଦେଇ ଇତିହାସକୁ ଦୋହରାଇଛନ୍ତି।