ବିଜେପି ଶାସନରେ ରହିବ ଗୁଜୁରାଟ, କିନ୍ତୁ ୧୫୦ ଆସନ ପାଇବ ନାହିଁ: ଜନମତ ସର୍ଭେ

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନର ଦୁଇ ଦିନ ପୂର୍ବରୁ ପ୍ରକାଶ ପାଇଛି ‘ଟାଇମ୍‌ସ୍‌ ନାଓ-ଭିଏମ୍‌ଆର୍‌’ର ଜନମତ ସର୍ଭେ ରିପୋର୍ଟ। ପ୍ରଧାମନ୍ତ୍ରୀଙ୍କ ନିଜ ରାଜ୍ୟରେ ବିଜେପି ଅନାୟାସରେ ବିଜୟୀ ହେବ ବୋଲି ରିପୋର୍ଟ କହୁଛି। କିନ୍ତୁ, ବିଜେପିକୁ ୧୫୦ଟି ଆସନ ମିଳିବ ନାହିଁ। ବିଜେପି ୧୦୬ କିଂବା ୧୧୬ଟି ଆସନ ପାଇପାରେ ବୋଲି ସର୍ଭେ ରିପୋର୍ଟ ଉଲ୍ଲେଖ କରିଛି। ତାହା ମଧ୍ୟ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଆବଶ୍ୟକ ଥିବା ୯୧ଟି ଆସନ ଠାରୁ ଯଥେଷ୍ଟ ଅଧିକ।

କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ଏବଂ ବିଭିନ୍ନ ସମ୍ପ୍ରଦାୟ ସହ ତାଙ୍କ ଦଳର ମେଣ୍ଟ ଲୋକମାନଙ୍କୁ ଆକର୍ଷିତ କରି ପାରି ନାହାନ୍ତି। ସେମାନଙ୍କ ଆସନ ସଂଖ୍ୟା ୬୧ ଥିବାବେଳେ ଆସନ୍ତା ବିଧାନସଭାରେ ତାହା ବଢ଼ି ବଢ଼ି ୬୩ ରୁ ୭୩ ହୋଇ ପାରେ ବୋଲି ରିପୋର୍ଟ କହିଛି। ହାର୍ଦ୍ଦିକ-ଆଲ୍‌ପେଶ-ଜିଗ୍ନେଶ ଜାତିଆଣା ମେଣ୍ଟର ଭିନ୍ନ ଭିନ୍ନ ସ୍ୱାର୍ଥ ଥିବାରୁ ତାହା କଂଗ୍ରେସ ପାଇଁ ସହାୟକ ହୋଇ ପାରିଲା ନାହିଁ।

ଭୋଟର୍ସ ମୁଡ୍‌ ରିସର୍ଚ (ଭିଏମ୍‌ଆର୍‌) ଦ୍ୱାରା ଏହି ଓପିନିଅନ୍‌ ପୋଲ୍‌ କରାଯାଇଥିଲା। ୬୮୪ଟି ନିର୍ବାଚନ କେନ୍ଦ୍ରରେ ୬୦୦୦ ସାକ୍ଷାତ୍‌କାର ନିଆଯାଇଥିଲା। ଗୁଜୁରାଟରେ ଥିବା ଚାରିଟି ସାମାଜିକ-ଅର୍ଥନୈତିକ ଅଞ୍ଚଳରୁ ଏହି ବୁଥ୍‌ ସବୁ ଚୟନ କରାଯାଇଥିଲା।

ସମ୍ବନ୍ଧିତ ଖବର