ବିରୋଧୀ ଦଳୀୟଙ୍କ କଳା ଯାଦୁ ପାଇଁ ବିଜେପି ଜଣେ ପରେ ଜଣେ ବରିଷ୍ଠଙ୍କୁ ହରାଉଛି: ସାଧ୍ୱୀ ପ୍ରଜ୍ଞା

ଭୋପାଳ: ପୂର୍ବରୁ ଅନେକ ଥର ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସାଧ୍ୱୀ ପ୍ରଜ୍ଞା ଏବେ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି। ଏହି ଅଗଷ୍ଟ ମାସରେ ୩ ଜଣ ବରିଷ୍ଠ ବିଜେପି ନେତାଙ୍କ ପରଲୋକ ଘଟିବା ନେଇ ସାଧ୍ୱୀ କହିଛନ୍ତି ଯେ ବିରୋଧୀ ଦଳ ଶାସକ ଦଳ ଉପରେ କଳା ଯାଦୁ କରିବା କାରଣରୁ ଏପରି ଘଟିଛି। ଆପଣ ଜାଣିଥିବେ ଯେ ଏହି ଅଗଷ୍ଟରେ ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବାବୁ ଲାଲ ଗୌରଙ୍କ ପରଲୋକ ଘଟିଥିଲା ଓ ଗତକାଲି ଅରୁଣ ଜେଟ୍‌ଲୀଙ୍କ ପରଲୋକ ଘଟିଛି।

ଗୋଟାଏ ମାସରେ ଦଳର ତିନି ତିନି ଜଣ ବରିଷ୍ଠ ନେତାଙ୍କ ପରଲୋକ ଘଟିବା ନେଇ ଦଳ ଦୁଃଖ ମନାଉଥିବା ବେଳେ ସ୍ୱାଧୀ ଏପରି ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। କଳା ଯାଦୁ କାରଣରୁ ହିଁ ଜଣେ ପରେ ଜଣେ ଦଳୀୟ ନେତାଙ୍କ ପରଲୋକ ଘଟୁଛି ବୋଲି ପ୍ରଜ୍ଞା କହିଛନ୍ତି।

ସମ୍ବନ୍ଧିତ ଖବର