ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସର ପୂର୍ବ ରେକର୍ଡ ଭାଙ୍ଗିବ ବିଜେପି -ଶିବସେନା ମେଣ୍ଟ : ପ୍ରକାଶ ଜାଭଡେକର

ମୁମ୍ବାଇ: କେନ୍ଦ୍ର ସୂଚନା ପ୍ରସାରଣ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି -ଶିବସେନା ମେଣ୍ଟ କଂଗ୍ରେସର ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ଭବିଷ୍ୟବାଣୀ କରିଛନ୍ତି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି -ଶିବସେନା ମେଣ୍ଟକୁ ଐତିହାସିକ ବିଜୟ ମିଳିବ। ପ୍ରକାଶ ଜାଭଡେକର କହିଛନ୍ତି ଯେ, ଏହି ମେଣ୍ଟ ୨୨୮ଟି ଆସନ ମଧ୍ୟରୁ ୨୨୧ଟିରୁ ଅଧିକ ଜିତିବ।

ସୂଚନାଯୋଗ୍ୟ, କଂଗ୍ରେସ ୨୨୧ଟି ଆସନରେ ଜିତି ରେକର୍ଡ କରିଥିଲା। ଏହାପରେ କୌଣସି କ୍ଷମତାସୀନ ଦଳ ମହାରାଷ୍ଟ୍ରରେ ଏହାକୁ ଭାଙ୍ଗିପାରିନାହାନ୍ତି। ତେବେ ଏଥର ବିଜେପି -ଶିବସେନା ମେଣ୍ଟ ୨୨୧ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସା ମ୍ବାଦିକ ସମ୍ମିଳନୀରେ ସେ ଦମ୍ଭୋକ୍ତି କରିଛନ୍ତି ।

image source–indiatoday.in

ପ୍ରକାଶ ଜାଭଡେକର ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ମୁଖମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଜନକଲ୍ୟାଣମଳୂଳକ କାର୍ଯ୍ୟକୁ ଲୋକେ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଅପର ପକ୍ଷରେ କଂଗ୍ରେସ ବର୍ତ୍ତମାନ ନେତୃତ୍ୱ ସଂକଟ ଦେଇ ଗତି କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର