ପଦ୍ମ ଚିହ୍ନ ଟିପିବା ଅର୍ଥ ପାକିସ୍ତାନ ଉପରେ ଆଣବିକ ବୋମା ପକାଇବା: ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ

ଥାନେ: ରବିବାର ଦିନ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିକୁ ଭୋଟ୍‌ ଦେବା ଅର୍ଥ ପାକିସ୍ତାନ ଉପରେ ଆପଣାଛାଏଁ ଆଣବିକ ବୋମା ପଡ଼ିବା।

ଥାନେ ଅନ୍ତର୍ଗତ ମୀରା ଭାୟାନ୍ଦର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନରେନ୍ଦ୍ର ମେହେଟାଙ୍କ ତରଫରୁ ପ୍ରଚାର ଅଭିଯାନରେ ଯାଇଥିବା ମୌର୍ଯ୍ୟ କହିଲେ: ଯଦି ଲୋକେ ପଦ୍ମ ଚିହ୍ନକୁ ଟିପନ୍ତି, ଏହାର ଅର୍ଥ ମନକୁମନ ପାକିସ୍ତାନ ଉପରେ ଆଣବିକ ବୋମା ପଡ଼ିବା। ଦୟାକରି ବିଜେପିକୁ ଭୋଟ୍‌ ଦିଅନ୍ତୁ ଓ ମହାରାଷ୍ଟ୍ର ରାଜ୍ୟରେ ପୁଣି ଥରେ ଆମ ଦଳ ବିଜୟୀ ହେଉ।

ବିରୋଧୀ ଦଳଙ୍କୁ ସମାଲୋଚନା କରି ସେ କହିଛନ୍ତି: ଦେବୀ ଲକ୍ଷ୍ମୀ ପାପୁଲି, ସାଇକେଲ କିଂବା ହାତଘଣ୍ଟାରେ ବସନ୍ତି ନାହିଁ, ବରଂ ସେ ପଦ୍ମ ଉପରେ ବସନ୍ତି। ପଦ୍ମଫୁଲ କାରଣରୁ ଧାରା ୩୭୦ ଉଚ୍ଛେଦ କରାଗଲା। ପଦ୍ମ ପ୍ରଗତିର ସଙ୍କେତ।

ଅକ୍ଟୋବର ୨୧ ତାରିଖ ଦିନ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ହେବ ବୋଲି ସମୟ ସାରଣୀ ସ୍ଥିର ହୋଇଛି। ଅକ୍ଟୋବର ୨୪ ତାରିଖ ଦିନ ଭୋଟ୍‌ ଗଣନା କରାଯିବ।

ସମ୍ବନ୍ଧିତ ଖବର