ବ୍ରିଟେନରେ କାଶ୍ମୀର ପ୍ରସଙ୍ଗ ଉଠାଇଲା କଂଗ୍ରେସ, ବିଜେପିର କଡା ସମାଲୋଚନା

ନୂଆଦିଲ୍ଲୀ : ବିଜେପିକୁ ବିରୋଧ କରିବାକୁ ଯାଇ କଂଗ୍ରେସ ଦିନକୁ ଦିନ ଭାରତ ବିରୋଧୀ ହେବାରେ ଲାଗିଛି । ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହେବା ସତ୍ତ୍ୱେ ଏହି ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ପାଇଁ କଂଗ୍ରେସ ବ୍ରିଟେନର ସହଯୋଗ ଲୋଡିଛି । ଆଜି କଂଗ୍ରେସର ଲଣ୍ଡନ ଶାଖାର କେତେକ ସଦସ୍ୟ ଆଜି ବ୍ରିଟେନର ବିରୋଧୀ ଦଳ ତଥା ଲେବର ପାର୍ଟି ନେତା ଜିରୋମୀ କର୍ବିନଙ୍କୁ ଭେଟିଛନ୍ତି ଓ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କଂଗ୍ରେସ ତୃତୀୟ ପକ୍ଷକୁ ଜଡିତ କରୁଥିବାରୁ ତାହାର କଡା ସମାଲୋଚନା କରିଛି ବିଜେପି । ସବୁଆଡୁ ବିରୋଧର ସମ୍ମୁଖୀନ ହେବା ପରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଗ ।
କେନ୍ଦ୍ର ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ ।

 

ସମ୍ବନ୍ଧିତ ଖବର