ଉତ୍ତରପ୍ରଦେଶ : କାନପୁର ନିକଟରେ ଟ୍ରେନରେ ବିସ୍ଫୋରଣ

କାନପୁର : ଉତ୍ତରପ୍ରଦେଶର କାନପୁରଠାରେ ଆଜି ଏକ ଟ୍ରେନରେ ଏକ ଅଳ୍ପ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଖବର ମିଳିଛି । ଆଜି ସଂଧ୍ୟା ୭ଟା ୩୦ବେଳେ କାନପୁର-ଭିଓ୍ବାଣ୍ଡି ଏକ୍ସପ୍ରେସର ଏକ ସାଧାରଣ ବଗିରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ବରାଜପୁର ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର