କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଭାରତ ଗସ୍ତ ବାତିଲ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଭାରତ ଗସ୍ତ ବାତିଲ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏପ୍ରିଲ ୨୫ରେ ସେ ଭାରତ ଆସିବାର ଯୋଜନା ରହିଥିଲା। କିନ୍ତୁ କରୋନା ସ୍ଥିତିକୁ ଦେଖି ଏବେ ସେ ଭାରତ ଗସ୍ତ ବାତିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ମୁତାବକ, ବର୍ତ୍ତମାନର କରୋନାଭାଇରସ୍ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ସପ୍ତାହରେ ଭାରତ ଯାତ୍ରା କରିପାରିବେ ନାହିଁ। ଏହା ବଦଳରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜନସନ ଏହି ମାସ ଶେଷରେ ବ୍ରିଟେନ ଏବଂ ଭାରତ ମଧ୍ୟରେ ଭବିଷ୍ୟତର ସହଭାଗିତା ପାଇଁ ସେମାନଙ୍କର ଉଚ୍ଚାଭିଳାଷୀ ଯୋଜନା ବିଷୟରେ ଆଲୋଚନା କରିବେ। ଜନସନଙ୍କ ଭାରତ ଗସ୍ତ ବାତିଲ ହୋଇଥିଲେ ମଧ୍ୟ ସେମାନେ ନିୟମିତ ଯୋଗାଯୋଗରେ ରହିବେ ଏବଂ ଏହି ବର୍ଷ ଶେଷରେ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବାକୁ ଅପେକ୍ଷା କରିବେ ବୋଲି ଜଣାପଡ଼ିଛି।

Boris Johnson: Top Stories, videos and latest news updates on UK Prime Minister Boris Johnson
Times of India

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଭାରତ-ବ୍ରିଟେନ ସମ୍ପର୍କ ଦୃଢ଼ କରିବା ପାଇଁ ଯୋଜନା ଆରମ୍ଭ କରିବାକୁ ଆସନ୍ତା ଦିନରେ ଉଭୟ ପକ୍ଷ ଏକ ଭର୍ଚୁଆଲ ବୈଠକ କରିବେ।

ଉଲ୍ଲେଖଯୋଗ୍ୟ, ଜାନୁଆରିରେ ଗଣତନ୍ତ୍ର ଦିବସ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଭାରତ ଗସ୍ତ ବାତିଲ କରାଯାଇଥିଲା। ଏହା ପରେ ଏପ୍ରିଲ ୨୫ରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପୁଣି ଥରେ ଭାରତ ଗସ୍ତର ଯୋଜନା କରିଥିଲେ ମଧ୍ୟ ଏବେ କରୋନା ସ୍ଥିତି ପାଇଁ ତାଙ୍କୁ ଗସ୍ତ ବାତିଲ କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର