୧୫୦୦ଟଙ୍କାରେ ବାପା ମଗାଇଥିଲେ ତିନିଟି ମୋବାଇଲ୍‌, ଗେମ୍‌ ଖେଳୁଖେଳୁ ପୁଅ ହାତରେ ଫାଟିଲା ମୋବାଇଲ୍‌

ମୁମ୍ବାଇ: ଏଇ କିଛିଦିନ ଭିତରେ ମୋବାଇଲ୍‌ ଫୋନ୍‌ ବିସ୍ଫୋରଣ ହେବାର ଅନେକ ମାମଲା ସାମ୍ନାକୁ ଆସୁଛି। ମୋବାଇଲ୍‌ ଫୋନ୍‌ ବିସ୍ଫୋରଣ ହେତୁ କେତେକଙ୍କ ଜୀବନ ମଧ୍ୟ ଚାଲି ଯାଇଥିବା ଖବର ମିଳିଛି। ମହାରାଷ୍ଟ୍ରର ନାନ୍ଦେଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଆଠବର୍ଷର ଶିଶୁ ମୋବାଇଲ୍‌ରେ ଗେମ୍‌ ଖେଳୁଖେଳୁ ତା’ର ହାତରେ ମୋବାଇଲ୍‌ ଟି ଫାଟି ଯାଇଥିଲା। ଏହି ବିସ୍ଫୋରଣରେ ଶିଶୁ ହାତର ଚାରିଟି ଆଙ୍ଗୁଳି କ୍ଷତାକ୍ତ ହୋଇଥିଲା। ଗୁରୁତର ପୁଅର ପିତାଙ୍କ ନାମ ଶ୍ରୀପତ ଜାଧବ, ସେ ଜଣେ ଚାଷୀ। ଅନ୍‌ଲାଇନ୍‌ରେ ୧୫୦୦ଟଙ୍କାରେ ୩ଟି ଫୋନ୍‌ ମଗାଇଥିବା କଥା ସେ କହିଥିଲେ।

ସୂଚନାଯୋଗ୍ୟ, ଆଠବର୍ଷ ଶିଶୁର ପିତା ଟିଭିରେ ବିଜ୍ଞାପନ ଦେଖିବା ପରେ ତୁରନ୍ତ ମୋବାଇଲ୍‌ ଅର୍ଡର କରି ଦେଇଥିଲେ। ଜାଧବ ୧୫୦୦ ଟଙ୍କାରେ ତିନିଟି ମୋବାଇଲ ଅର୍ଡର କରିଥିଲେ। ଏଥିସହିତ ତାଙ୍କୁ ଏକ ଘଣ୍ଟା ବି ମାଗଣାରେ ମିଳିଥିଲା। ଅନ୍‌ଲାଇନ୍‌ରୁ ଫୋନ୍‌ ଆସିବା ପରେ ସେ ଦେଢ଼ମାସ ହେଲା ଏହାକୁ ବ୍ୟବହାର କରି ଆସୁଥିଲେ। ଗତ ରବିବାର ଜାଧବଙ୍କ ବଡ଼ ପୁଅ ପ୍ରଶାନ୍ତ (୮) ମୋବାଇଲ୍‌ରେ ଗେମ୍‌ ଖେଳୁ ଥିଲା। ସେହି ସମୟରେ ହଠାତ୍‌ ଫୋନ୍‌ ଶିଶୁ ହାତରେ ଫାଟି ଯାଇଥିଲା। ଫଳରେ ପ୍ରଶାନ୍ତର ଚାରିଟି ଆଙ୍ଗୁଳି ଗୁରୁତର ହୋଇଥିଲା। ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର