ମହାକାଶକୁ ଯିବ ମହିଳା ରୋବଟ ‘ବ୍ୟୋମମିତ୍ର’

ନୂଆଦିଲ୍ଲୀ: ଗଗନଯାନ ମିସନ୍‌ ଅନ୍ତର୍ଗତ ଭାରତ ମହାକାଶକୁ ମହିଳା ରୋବଟ ‘ବ୍ୟୋମମିତ୍ର’ ପଠାଇବ। କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନ୍‌ଡିଟିଭି ଜି୨୦-କନକ୍ଲେଭ୍‌କୁ ଏକ ସାକ୍ଷାତକାର ଦେଇ ଆଜି ଏହା କହିଛନ୍ତି। ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରଥମେ ମହାକାଶକୁ  ପରୀକ୍ଷାମୂଳକ ଭାବେ ଏକ ମହାକାଶଯାନ ପଠାଯିବ। ଏହାପରେ ମହିଳା ରୋବଟ ‘ବ୍ୟୋମମିତ୍ର’କୁ ମହାକାଶକୁ ପଠାଯିବ। ମନ୍ତ୍ରୀ କହିଛନ୍ତି, ଗଗନଯାନ ପ୍ରକଳ୍ପ ମହାମାରୀ ଯୋଗୁଁ ବିଳମ୍ବ ହୋଇଯାଇଛି। ଆମେ ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରଥମ ଟ୍ରାଏଲ ମିସନ୍‌ର ଯୋଜନା କରୁଛୁ। ଦ୍ବିତୀୟ ମିସନ୍‌ରେ ମହିଳା ରୋବଟ ପଠାଯିବ ଏବଂ ଏହି ରୋବଟ ମାନବ ଭଳି ସମସ୍ତ କାର୍ଯ୍ୟ ସମ୍ପାଦନ କରିବ। ଯଦି ସବୁକିଛି ଠିକ୍‌ ଚାଲିବ ତେବେ ଏହି ମିସନ୍‌ରେ ଆମେ ଆଗକୁ ବଢ଼ିବୁ ବୋଲି ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର