ମାସୁଦ୍‌ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ଲାଗି ନୂଆ ପ୍ରସ୍ତାବ ଦେଲେ ଆମେରିକା, ବ୍ରିଟେନ ଓ ଫ୍ରାନ୍‌ସ

ନୂଆଦିଲ୍ଲୀ: ଜୈସ ଏ ମହମ୍ମଦ୍‌ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ୍‌ ଅଜହରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା , ବ୍ରିଟେନ୍‌ ଓ ଫ୍ରାନ୍‌ସ ପୁଣିଥରେ ସଂଯୁକ୍ତ ସୁରକ୍ଷା ପରିଷଦକୁ ନୂଆ ପ୍ରସ୍ତାବ ଦେଇଛନ୍ତି। ଏଥିରେ ପାକିସ୍ତାନୀ ଆତଙ୍କବାଦୀ ମାସୁଦ୍‌ ଆଝାରକୁ ବିଶ୍ୱରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବା ସହ ତା’ର ସଂପତ୍ତିକୁ ଫ୍ରିଜ୍‌ କରିବା ଓ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଅଚଳ କରିବାକୁ ଦାବି କରାଯାଇଛି।
ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ କରିବା ଲାଗି ଗତ ୧୦ ବର୍ଷ ହେବ ଉଦ୍ୟମ ଜାରି ରହିଛି। ଏଠାରେ ସୂଚନାଯୋଗ୍ୟ ଯେ ୨୦୦୯ରେ ଭାରତବର୍ଷ ଜୈସ ଏ ମହମ୍ମଦ୍‌ ମୁଖ୍ୟ ଆଝାରକୁ ଏଭଳି ଘୋଷଣା କରିବା ଲାଗି ଦାବି କରିଥିଲା। ୨୦୧୭ରେ ପି-୩ ରାଷ୍ଟ୍ର ସମୁହ ଏଭଳି ପ୍ରସ୍ତାବ ଦେଇଥିଲେ।କିନ୍ତୁ ଚୀନ୍‌ ନିଜର ଭିଟୋ ପ୍ରୟୋଗ କରି ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ଏବେ ଦେଖିବା କଥା ଚୀନ ଏଥର ଏହି ପ୍ରସ୍ତାବ ଉପରେ କିଭଳି ମତଦାନ କରୁଛି।

ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧିତ ସମିତି ଅନୁଯାୟୀ ଆଝାର ସମେତ ନାମୀ ଆତଙ୍କବାଦୀମାନଙ୍କୁ ନିଷିଦ୍ଧ କରିବାକୁ ଓ ପାକିସ୍ତାନ ଦ୍ୱାରା ସଞ୍ଚାଳିତ ନିୟନ୍ତ୍ରିତ ଆତଙ୍କବାଦୀ ସଂଗଠନ ଗୁଡିକ ଉପରେ ନିଷେଧାଜ୍ଞା ଜାରି କରିବା ଲାଗି ପୁଣିଥରେ ଭାରତ ନିବେଦନ କରିଛି। ଆମେରିକା ଏହି ମାମଲାରେ ଭାରତର ସାଥ୍‌ ଦେଇଛି ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି।

ସମ୍ବନ୍ଧିତ ଖବର