ବାରମୂଳା ନିୟନ୍ତ୍ରଣ ରେଖା ପାଖରେ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କଲା ବିଏସ୍‌ଏଫ୍‌: ପାକିସ୍ତାନ ଅଧିକୃତ କଶ୍ମୀରକୁ ପଳାଇଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାରମୂଳା ସେକ୍ଟର୍‌ର ନିୟନ୍ତ୍ରଣ ରେଖା ନିକଟରେ ସୀମା ସୁରକ୍ଷା ବଳ ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିଛନ୍ତି।

ଶନିବାର ରାତି ପ୍ରାୟ ୧୧: ୩୦ ସମୟରେ ଘଟଣାଟି ଘଟିଥିବା ଖବର ମିଳିଛି।

୪/୫ଜଣ ଆତଙ୍କବାଦୀଙ୍କର ଗୋଟାଏ ଦଳ ନିୟନ୍ତ୍ରଣ ରେଖା ନିକଟ ନାଉଗାଁ ସେକ୍ଟର୍‌ରେ ଭାରତୀୟ ସୀମାରେଖା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।

Image Source: India Today

କିନ୍ତୁ, ବିଏସ୍‌ଏଫ୍‌ ଯବାନମାନଙ୍କର ପ୍ରବଳ ସେଲିଙ୍ଗ୍‌ ମାଡ଼ ଫଳରେ ବାଧ୍ୟ ହୋଇ ଆତଙ୍କବାଦୀମାନେ ଫେରି ଯାଇଥିଲେ। ସ୍ୱଳ୍ପ ସମୟ ଗୁଳି ବିନିମୟ ପରେ ସେମାନେ ପାକିସ୍ତାନ ଅଧିକୃତ କଶ୍ମୀରକୁ ଫେରି ଯାଇଥିଲେ।

ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ମଧ୍ୟେ ମଧ୍ୟେ ଗୁଳି ଫୁଟୁଛି।

ଦୁଇ ଦିନ ତଳେ ବାରମୂଳା ଜିଲ୍ଲାର ଉରି ସେକ୍ଟର୍‌ ଠାରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ଅନ୍ୟ ଗୋଟାଏ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିଥିଲା ଏବଂ ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର