କିଛି ଲୋକ ପଶ୍ଚିମବଙ୍ଗକୁ ବଦନାମ କରିବାକୁ ଭଲ ପାଆନ୍ତି, ଏହା ମୋତେ କ୍ରୋଧିତ କରେ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗକୁ ବଦନାମ କରିବା ପାଇଁ ମିଛ କାହାଣୀ ସୋସିଆଲ ମିଡିଆରେ ବାହାର ଲୋକଙ୍କ ଦ୍ୱାରା ପ୍ରଚାର ହେଉଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କାହାର ନାଁ ନନେଇ ସେ ଏଭଳି କହିଛନ୍ତି।

ସେ କହିଛନ୍ତି ଯେ, କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ପଶ୍ଚିମବଙ୍ଗକୁ ବଦନାମ କରିବାକୁ ଭଲ ପାଆନ୍ତି ଏବଂ ଏହା ମୋତେ କ୍ରୋଧିତ କରେ। ଯେତେବେଳେ ସେମାନେ ପଶ୍ଚିମବଙ୍ଗକୁ ବଦନାମ କରନ୍ତି ମୁଁ କ୍ରୋଧିତ ଅନୁଭବ କରେ। ହେଲେ କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ଭଲ ନୁହଁନ୍ତି, କିନ୍ତୁ ସମସ୍ତେ ସେପରି ନୁହଁନ୍ତି ବୋଲି ବାନାର୍ଜୀ କହିଛନ୍ତି। ଏହା ସହ ସେ କହିଛନ୍ତି ଯେ ଯେଉଁମାନେ ପଶ୍ଚିମବଙ୍ଗକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ମଧ୍ୟ ପଶ୍ଚିମବଙ୍ଗର ଅଭିବୃଦ୍ଧି ବିଷୟରେ ଆଲୋଚନା କରିବା ଉଚିତ୍। ଯେଉଁମାନେ ଏହି କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିବେକ ସେମାନଙ୍କୁ ଶାନ୍ତିରେ ଶୋଇବାକୁ ଦେଉଛି ତ?

ତେବେ ଏଭଳି କହି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରକୃତରେ କାହାକୁ ଟାର୍ଗେଟ କରିଛନ୍ତି, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର