ଏକାଥରକେ ତିନି ତଲାକ ବିଲ୍ ରେ ସଂଶୋଧନ, ମାଜିଷ୍ଟ୍ରେଟ ଜାମିନ ଦେଇପାରିବେ
ନୂଆଦିଲ୍ଲୀ : ତତକ୍ଷଣାତ ଟ୍ରିପିଲ ତଲାକ ବିଲ୍ ସଂସଦରେ ଏପର୍ଯ୍ୟନ୍ତ ପାଶ ହୋଇପାରିନଥିବାବେଳେ ସରକାର ଉକ୍ତ ବିଲରେ କେତେକ ସଂଶୋଧନ କରିଛନ୍ତି । ଏଣିକି ଜଣେ ମାଜିଷ୍ଟ୍ରେଟ ଏହି ମାମଲାରେ ଜାମିନ ଦେଇପାରିବେ । କେନ୍ଦ୍ର କ୍ୟାବିନେଟ ଆଜି ଏହାକୁ ମଂଜୁରୀ ଦେଇଛି । ତେବେ ଏହି ଅପରାଧ ଏବେ ବି ଜାମିନ ବିହୀନ ରହିଛି । ସରକାର ଗତ ଡିସେମ୍ବର ମାସରେ ଏହି ବିଲକୁ ଲୋକସଭାରେ ଆଗତ କରିଥିଲେ ମଧ୍ୟ ରାଜ୍ୟସଭାରେ ଅଟକି ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମୁସଲିମ ମହିଳାଙ୍କ ବିବାହ ଅଧିକାର ସୁରକ୍ଷା ପାଇଁ ଏକା ଥରକେ ତିନି ତଲାକ ମାଧ୍ୟମରେ ଛାଡ଼ପତ୍ର ପ୍ରଥାକୁ ଏହି ବିଲ୍ରେ ସଂପୂର୍ଣ୍ଣ ବେଆଇନ ଘୋଷଣା କରାଯିବା ସହ ଏହାକୁ ଅପରାଧିକ ମାମଲା ଭାବେ ଗ୍ରହଣ କରି ତଦନୁଯାୟୀ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଓ ଜୋରିମାନା ବ୍ୟବସ୍ଥା ହୋଇଛି। ଶୀତ ଅଧିବେଶନରେ ଏହି ବିଲ୍ ଲୋକସଭାରେ ସୁରୁଖୁରୁରେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ନଥିବାରୁ ଏହା ପାରିତ ହୋଇପାରିନାହିଁ।