ୟୁପି ମନ୍ତ୍ରୀଙ୍କ ଆୟକର ଭରଣା ମାମଲା: ୪୦ ବର୍ଷର ଆଇନ ରଦ୍ଦ ଘୋଷଣା

ଲକ୍ଷ୍ନୌ: ଦୀର୍ଘ ୪ ଦଶନ୍ଧି ଧରି ଉତ୍ତରପ୍ରଦେଶର ଏକ ଆଇନ ବଳରେ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ଆୟକର ରାଜ୍ୟ ରାଜକୋଷରୁ ଭରଣା ହୋଇ ଆସୁଥିଲା। ୟୁପି ସରକାରଙ୍କ ଏହି ଆଇନକୁ ନେଇ ପ୍ରଶ୍ନ ଉଠିବାପରେ ଏବେ ଏହାକୁ ରଦ୍ଦ କରିବାପାଇଁ ସରକାର ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ମନ୍ତ୍ରୀଙ୍କ ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧାସୁଯୋଗ ଆଇନ ୧୯୮୧ ଅଧୀନରେ ମନ୍ତ୍ରୀମାନଙ୍କୁ ଏହି ସୁବିଧା ମିଳିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଭିପି ସିଂହଙ୍କ ଦ୍ବାରା ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା।

ସମ୍ବନ୍ଧିତ ଖବର