ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଲା କାର୍, ୫ଜଣଙ୍କର ମୃତ୍ୟୁ

ଡେରାଡୁନ : ଉତ୍ତରାଖଣ୍ଡରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏହି ରାଜ୍ୟର ଡେରାଡୁନ କାଲସୀ-ଚକରତା ମୋଟର ମାର୍ଗରେ ଥିବା ଚାମଡ ଖୀଲ ନିକଟରେ ଏକ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଥିବା ଜଣାଯାଇଛି । ଏହି ଦୁର୍ଘଟଣା ଘଟିବା ଫଳରେ କାର ଭିତରେ ଥିବା ସମସ୍ତ ୫ଜଣଙ୍କର ମୃତ୍ୟୁ ଘଟିଛି ।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ପୁଲିସ ଏବଂ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି । ସେମାନେ ମୃତ ଦେହଗୁଡ଼ିକୁ ବାହାରକୁ ଆଣିବା ରେ ସଫଳ ହୋଇଛନ୍ତି । ସଦ୍ୟତମ ସୂଚନା ଅନୁଯାୟୀ ଏଯାଏଁ ଦୁଇଟି ମୃତଦେହକୁ ଉଦ୍ଧାର କରାଯାଇଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

photo-amarujala

ଏହି ଦୁର୍ଘଟଣା ଗତକାଲି ରାତିରେ ଘଟିଥିବା କୁହାଯାଉଛି । କିନ୍ତୁ ଆଜି ସକାଳେ ସ୍ଥାନୀୟ ଲୋକେ ଘାଟି ତଳେ ଏକ କାର ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ପୁଲିସ ଏବଂ ଏନଡିଆରଏଫ ଟିମ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କେର୍ଉ ପରିସ୍ଥିତିରେ ସେହି କାର୍ ତଳକୁ ଖସିଥିଲା ତାହା ବି ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର