ପି ଚିଦମ୍ବରମ୍ ଓ ତାଙ୍କ ପୁତ୍ରଙ୍କ ବିରୋଧରେ ଟୁଇଟରରେ ‘ଅପମାନ ସୂଚକ’ ମନ୍ତବ୍ୟ ସହ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ପି ଚିଦମ୍ବରମ୍ ଓ ତାଙ୍କ ପୁତ୍ର କର୍ତ୍ତୀ ଚିଦମ୍ବରମ୍ ବିରୋଧରେ ଟୁଇଟରରେ ‘ଅପମାନ ସୂଚକ’ ମନ୍ତବ୍ୟ ଦେବା ସହ ସେମାନଙ୍କୁ ହତ୍ୟା କରିବା ପାଇଁ ଧମକ ଦେବା ଘଟଣା ଜନୈକ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏସଂପର୍କରେ ତାମିଲନାଡ଼ୁର ଶିବଗଙ୍ଗା ଜିଲ୍ଲା ଅନ୍ତର୍ଗତ କାରାଇକୁଡ଼ି ପୁଲିସ୍ ଥାନାରେ ଅଭିଯୋଗ ହେବାପରେ ପୁଲିସ୍ ଘଟଣାର ତଦନ୍ତ କରି ପି ଚିଦମ୍ବରମ୍ ଓ ତାଙ୍କ ପୁତ୍ର କର୍ତ୍ତୀ ଚିଦମ୍ବରମ୍ ବିରୋଧରେ ଟୁଇଟରରେ ‘ଅପମାନ ସୂଚକ’ ମନ୍ତବ୍ୟ ଦେବା ସହ ସେମାନଙ୍କୁ ହତ୍ୟା କରିବା ପାଇଁ ଧମକ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି। ସଂପୃକ୍ତ ବ୍ୟକ୍ତି ଜଣକ କାରାଇକୁଡ଼ର ବାସିନ୍ଦା ଥିବା ଜାଣିବାକୁ ମିଳିଛି।
କଂଗ୍ରେସର ବରିଷ୍ଠ ନେତା ପି ଚିଦମ୍ବରମ୍ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରହିବା ସହ ବର୍ତ୍ତମାନ ରାଜ୍ୟସଭାର ସଦସ୍ୟ ରହିଛନ୍ତି। ସେହିପରି କର୍ତ୍ତୀ ଚିଦମ୍ବରମ୍ ଏବେ ତାମିଲନାଡ଼ୁର ଶିବଗଙ୍ଗା ଲୋକସଭା ଆସନରୁ କଂଗ୍ରେସର ସାଂସଦ ଅଛନ୍ତି।