ସିବିଆଇ ବିବାଦ:ନାଗେଶ୍ବରଙ୍କ ନିଯୁକ୍ତିକୁ ଖଡ଼୍‌ଗେଙ୍କ ବିରୋଧ

O ଚୟନ କମିଟି ବୈଠକ ପାଇଁ ମୋଦୀଙ୍କୁ ଚିଠି O ସିଭିସି ରିପୋର୍ଟ ସାର୍ବଜନୀନ କରିବାକୁ ଦାବି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ନୂତନ ସିବିଆଇ ନିର୍ଦ୍ଦେଶକ ଚୟନ ନିମନ୍ତେ ବୈଠକ ଡକାଇବାକୁ ଦାବି କରିଛନ୍ତି। ଏହା ସହିତ ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହୋଇଥିବା ଆଲୋକ ବର୍ମାଙ୍କ ମାମଲାରେ ସିଭିସି ଦେଇଥିବା ତଦନ୍ତ ରିପୋର୍ଟ ମଧ୍ୟ ସାର୍ବଜନୀନ କରିବାକୁ ଖଡ଼୍‌ଗେ ଦାବି କରିଛନ୍ତି। ସିବିଆଇ ଅନ୍ତରୀଣ ମୁଖ୍ୟ ଭାବେ ନାଗେଶ୍ବର ରାଓଙ୍କ ନିଯୁକ୍ତିକୁ ବିରୋଧ କରି ସେ କହିଛନ୍ତି ଯେ ଏହି ନିଯୁକ୍ତି ବେଆଇନ। ବର୍ମା ସ୍ବତନ୍ତ୍ର ଭାବେ ନିଜ କାର୍ଯ୍ୟ କରୁଥିବାରୁ ସରକାର ତାଙ୍କୁ ଟାର୍ଗେଟ୍‌ କରିଥିଲେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ବର୍ମାଙ୍କୁ ପୁନଃ ଅବସ୍ଥାପିତ କରିବା ପାଇଁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେବା ସହ ସେ ପଦରେ ରହିବେ କି ନାହିଁ ତାହା ଚୟନ କମିଟି ହିଁ ସ୍ଥିର କରିବେ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗଇ ଏବଂ ଖଡ଼୍‌ଗେ ସଦସ୍ୟ ରହିଥିଲେ। ପ୍ରଧାନମନ୍ତ୍ରୀ ଏବଂ ପ୍ରଧାନ ବିଚାରପତିଙ୍କ ପ୍ରତିନିଧି ଜଷ୍ଟିସ୍‌ ଏ.କେ. ସିକ୍ରି ବର୍ମାଙ୍କୁ ହଟାଇବାକୁ ସୁପାରିସ କରିଥିଲେ। ତେବ‌େ ଖଡ଼୍‌ଗେ ଏହାକୁ ବିରୋଧ କରି ବର୍ମାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର