ଆଜି ଅପରାହ୍ଣ ୨ଟାରେ ପ୍ରକାଶ ପାଇବ ‘ସିବିଏସ୍‌ଇ’ ଦ୍ବାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୨ଟା ବେଳେ ‘ସିବିଏସ୍ଇ’ ତା’ର ‘ଅଫିସିଆଲ୍‌ ୱେବ୍‌ସାଇଟ୍‌’ରେ ୨୦୨୧ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବ। ଆଗ୍ରହୀ ଛାତ୍ରଛାତ୍ରୀମାନେ ୱେବ୍‌ସାଇଟ୍‌ cbseresults.nic.in. ରେ ସେମାନଙ୍କର ଫଳାଫଳ ଦେଖିପାରିବେ।

ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ବ୍ୟାକୁଳତାକୁ ଲାଘବ କରି ‘ସିବିଏସ୍ଇ’ ଆଜି ଫଳାଫଳ ଘୋ‌ଷଣାର ତାରିଖ ଓ ସମୟ ସଂକ୍ରାନ୍ତରେ ସୂଚନା ଦେଇଛି। ସୂଚନା ସହ ଏକ ‘ସିବିଏସ୍‌ଇ’ ଗୋଟାଏ ହର୍ଷୋତ୍‌ଫୁଲ୍ଲିତ ‘ମିମି’ ମଧ୍ୟ ସଂଯୋଗ କରିଛି।

Image Courtesy of India.com

କୋଭିଡ୍‌-୧୯ ମହାମାରୀ ସଂକ୍ରମଣର ଦ୍ବିତୀୟ ପ୍ରବାହ ପ୍ରତି ଧ୍ୟାନ ଦେଇ ଏବର୍ଷ ‘ସିବିଏସ୍‌ଇ’ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲା। ବୋର୍ଡଦ୍ବାରା ନିର୍ଦ୍ଧାରିତ ମୂଲ୍ୟାୟନ ପଦ୍ଧତି ଯୋଗେ ଏଥର ଛାତ୍ରଛାତ୍ରୀମାନଙ୍କର ଫଳାଫଳ ସ୍ଥିର କରାଯାଇଛି। ଏଥିପାଇଁ ଅଭ୍ୟନ୍ତରୀଣ ମୂଲ୍ୟାୟନ ପ୍ରକ୍ରିୟା ଏବଂ ବିଗତ ବର୍ଷର ଫଳାଫଳକୁ ଆଧାର କରାଯାଇଛି। ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ୪୦:୩୦:୩୦ ଅନୁପାତ ପଦ୍ଧତି ଅବଲମ୍ବନ କରାଯାଉଛି। ଏଥିରେ ୧୨ଶର ‘ୟୁନିଟ୍‌ ଟେଷ୍ଟ୍‌’ଓ ପ୍ରି-ବୋର୍ଡ ପରୀକ୍ଷାର ୪୦% ନମ୍ବର ଏବଂ ୧୦ମର ୩୦% ନମ୍ବର ଏବଂ ୧୧ଶର ୩୦% ନମ୍ବର ଉପରେ ଗୁରୁତ୍ବ ଦିଆଯାଇଛି।

‘ସିବିଏସ୍‌ଇ’ ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଫଳାଫଳ ଯାଞ୍ଚ କରିବାକୁ ଅସମର୍ଥ ଛାତ୍ରଛାତ୍ରୀମାନେ cbse.gov.in ଭିଜିଟ୍‌ କରି ୨୦୨୧ ଦ୍ବାଦଶ ଶ୍ରେଣୀ ଫଳାଫଳ ‘ଡାଉନ୍‌ଲୋଡ୍‌’ କରିପାରିବେ। ମୋବାଇଲ୍‌ ଆପ୍‌ ଏବଂ ଏସ୍‌ଏମ୍‌ଏସ୍‌ ଫେସିଲିଟି ଯୋଗେ ମଧ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କର ରେଜେଲ୍ଟ୍‌ ଦେଖିପାରିବେ।

ସମ୍ବନ୍ଧିତ ଖବର