ତୁରନ୍ତ ଯୋଗାଣ ନିମନ୍ତେ ଇରାନ୍‌, ତୁର୍କୀ ଓ ଇଜିପ୍ଟ୍‌ରୁ ପିଆଜ ଆମଦାନି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପିଆଜର ଯୋଗାଣରେ ଉତ୍କଟ ସଙ୍କଟ ଏବଂ ଖୁଜୁରା ବଜାର ଦର ବଢ଼ିଚାଲିଥିବା ବେଳେ ଇରାନ୍‌, ତୁର୍କୀ, ଇଜିପ୍ଟ୍‌ ଓ ଆଫଗାନିସ୍ତାନରୁ ପିଆଜ ଆମଦାନି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଘରୋଇ ବଜାରରେ ମିଳୁଥିବା ପିଆଜ ଓ ତା’ର ମୂଲ୍ୟ ସମୀକ୍ଷା ନିମନ୍ତେ ମଙ୍ଗଳବାର ଦିନ ବସିଥିବା ଅନ୍ତଃ-ମନ୍ତ୍ରାଳୟ କମିଟି ବୈଠକରେ ଏହା ସ୍ଥିର କରାଯାଇଛି।

ବୈଠକ ପରେ ଖାଉଟି ବ୍ୟାପାର ମନ୍ତ୍ରାଳୟ କହିଲେ ଯେ ତୁରନ୍ତ ଯୋଗାଣ ନିମନ୍ତେ ସରକାର ଅନ୍ୟ ଦେଶମାନଙ୍କରୁ ପିଆଜ ଆମଦାନି କରିବେ।
ସେହି ଅନୁସାରେ, ଭାରତକୁ ପିଆଜ ଯୋଗାଣ ସୁବିଧା କରାଇବା ନିମନ୍ତେ ଆଫଗାନିସ୍ତାନ, ଇଜିପ୍ଟ୍‌, ତୁର୍କୀ ଏବଂ ଇରାନ୍‌ରେ ଥିବା ଇଣ୍ଡିଆନ୍‌ ମିସନ୍‌ମାନଙ୍କୁ ନିର୍ଦେଶ ଦିଆଯାଇଛି। ସମୁଦ୍ର ପଥ ଦେଇ ସେମାନେ ତୁରନ୍ତ ୮୦ଟି କଣ୍ଟେନର୍‌ ଏବଂ ପଥ ପରିବର୍ତ୍ତନ କରାଇ ୧୦୦ କଣ୍ଟେନର୍‌ ଭାରତକୁ ପ୍ରେରଣ କରିବାକୁ ବ୍ୟବସ୍ଥା କରିବାକୁ ସେମାନଙ୍କୁ କୁହାଯାଇଛି।

ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟରେ ପିଆଜ ସଙ୍କଟ ଉତ୍କଟ ହେବାରୁ ପିଆଜ ଆମଦାନି ପାଇଁ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର