ଭାରତରେ ବାସ କରୁଥିବା ଇହୁଦୀ ଓ ଇସ୍ରାଏଲୀୟଙ୍କୁ ଟାର୍ଗେଟ୍‌ କରୁଛନ୍ତି ଆଇଏସ୍‌ଆଇଏସ୍‌ ଓ ଅଲ୍‌-କାଏଦା

ନୂଆଦିଲ୍ଲୀ: ଗୁଇନ୍ଦା ଏଜେନ୍‌ସି ସତର୍କ ସୂଚନା ଜାରି କରି କହିଛି ଯେ ଅଲ୍‌ କାଏଦା ଏବଂ ଇସ୍‌ଲାମିକ୍‌ ଷ୍ଟେଟ୍‌ ଭଳି ବିଶ୍ୱ ସନ୍ତ୍ରସୀ ସଙ୍ଗଠନ ସହ ଯେଉଁମାନେ ସମ୍ପୃକ୍ତ ସେମାନେ ଭାରତରେ ବସବାସ କରୁଥିବା ଇହୁଦୀ ଓ ଇସ୍ରାଏଲୀୟ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି।

ଗୁଇନ୍ଦାମାନେ ଅନ୍‌ଲାଇନ୍‌ ମେସେଜ୍‌ରୁ ଜାଣି ପାରିଛନ୍ତି ଯେ ଭାରତରେ ବାସ କରୁଥିବା ଇହୁଦୀ ଓ ଇସ୍ରାଏଲୀୟମାନଙ୍କ ଉପରେ ଆକ୍ରମଣ କରିବାକୁ ଏ ଦୁଇ ସଂଗଠନ ସେମାନଙ୍କର ସହଯୋଗୀମାନଙ୍କୁ ନିର୍ଦେଶ ଦେଇ ସାରିଛନ୍ତି।

ରିପୋର୍ଟ ଅନୁସାରେ, କେରଳର ଜନପ୍ରିୟ ସ୍ଥାନ ଫ୍ରିମାସନ୍‌ ଟେମ୍ପଲ୍‌, ସର୍ବୋତ୍ତମ ମାସୋନିକ୍‌ ଟେମ୍ପଲ୍‌ ଏବଂ କୋଚିର କୋଦର ହଲ୍‌ରେ ଜିହାଦୀମାନେ ଆକ୍ରମଣ କରି ପାରନ୍ତି।

ଗୁଇନ୍ଦା ସୂଚନା ଆଧାରରେ ଏହି ସମ୍ପ୍ରଦାୟରୁ ଅଧିକ ଲୋକ ଥିବା ବିଭିନ୍ନ ରାଜ୍ୟକୁ ସତର୍କ କରାଇ ଦିଆଯାଇଛି। ନୂଆଦିଲ୍ଲୀ ଠାରେ ଥିବା ଇସ୍ରାଏଲୀୟ ଦୂତାବାସ, ଇହୁଦୀ ସ୍କୁଲ୍‌, ରେସ୍ତୋରାଁ ଏବଂ ଏହି ସମ୍ପ୍ରଦାୟ ଲୋକେ ବରାବର ଯାଉଥିବା ହୋଟେଲ୍‌ ଆଦିକୁ ମଧ୍ୟ ସତର୍କ କରାଇ ଦିଆଯାଇଛି।

ସମ୍ବନ୍ଧିତ ଖବର