୫୦୦ ସ୍ବେଚ୍ଛାସେବୀଙ୍କ ଦେହରେ କୋଭିଡ୍-୧୯ ଟିକାର ଦ୍ବିତୀୟ ପର୍ଯ୍ୟାୟ ଡାକ୍ତରୀ ପରୀକ୍ଷା କରିବ ଚୀନ୍

ନୂଆଦିଲ୍ଲୀ: ଚୀନ୍‌ର ବୈଜ୍ଞାନିକମାନେ ୫୦୦ ସ୍ବେଚ୍ଛାସେବୀଙ୍କ ଦେହରେ କୋଭିଡ୍-୧୯ ପ୍ରତିଷେଧକ ଟିକାର ଦ୍ବିତୀୟ ପର୍ଯ୍ୟାୟ ଡାକ୍ତରୀ ପରୀକ୍ଷା ଆରମ୍ଭ କରିବେ ବୋଲି ‘ଗ୍ଲୋବାଲ୍ ଟାଇମ୍‌ସ୍’ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ଏହି ପ୍ରକଳ୍ପରେ ସମ୍ପୃକ୍ତ ବୈଜ୍ଞାନିକମାନେ ଦ୍ବିତୀୟ ପର୍ଯ୍ୟାୟ ଟିକା ପରୀକ୍ଷା ନିମନ୍ତେ ଜଣେ ୮୪ ବର୍ଷିୟ ଊହାନ୍ ବାସିନ୍ଦାଙ୍କ ସମେତ ୫୦୦ଜଣ ସ୍ବେଚ୍ଛାସେବୀଙ୍କୁ ଚୟନ କରିଛନ୍ତି।

ଚୀନ୍‌ର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ବାୟୋଟେକ୍ନୋଲଜି’, ‘ଏକାଡେମି ଅଫ୍ ମିଲିଟାରି ମେଡିକାଲ୍ ସାଇନ୍‌ସେସ୍’ ଦ୍ବାରା ଏହି ଟିକା ‘ପିଏଲ୍‌ଏ’ ମେଜର୍‌ ଜେନେରାଲ୍ ଚେନ୍‌ ୱେଇଙ୍କ ନେତୃତ୍ବାଧୀନ ଦଳେ ଗବେଷକ ବିକଶିତ କରିଛନ୍ତି।

Image Source: Voice of America

‘ଗ୍ଲୋବାଲ୍ ଟାଇମ୍‌ସ୍’ ରିପ‌ୋର୍ଟ ଅନୁସାରେ, ଏହି ଟିକା ବିକାଶ କରିବାକୁ ବୈଜ୍ଞାନିକମାନେ ଜେନେଟିକ୍ ଇଞ୍ଜିନିୟରିଙ୍ଗ୍ ପଦ୍ଧତ୍ତି ବ୍ୟବହାର କରିଛନ୍ତି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସମୟରେ ବୈଜ୍ଞାନିକମାନେ ଏହି ଟିକାର ସୁରକ୍ଷା ଉପରେ ଧ୍ୟାନ ଦେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରେ ଏହାର କାର୍ଯ୍ୟ ଦକ୍ଷତା ଉପରେ ଧ୍ୟାନ ଦିଆଯିବ। ପ୍ରଥମ ପର୍ଯ୍ୟାୟ ସ୍ବେଚ୍ଛାସେବୀଙ୍କ ଠାରୁ ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ସଂଖ୍ୟକ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯାଇଛି।

ଚୀନ୍‌ରେ ପ୍ରଥମ ପର୍ଯ୍ୟାୟ ଟିକା ପରୀକ୍ଷା ମାର୍ଚ ମାସରେ ହୋଇଥିଲା।

 

 

ସମ୍ବନ୍ଧିତ ଖବର