ଚୀନ ଅନ୍ୟ କୌଣସି ଦେଶର ଇଞ୍ଚେ ବି ଜାଗା ଅଧିକାର କରିନି : ସି ଜିନ ପିଙ୍ଗ୍  

ବେଜିଂ : ଚୀନ ଏକ ଶାନ୍ତିପ୍ରୀୟ ରାଷ୍ଟ୍ର । ଚୀନ କେବେ ବି କୌଣସି ଦେଶ ଉପରେ ଆକ୍ରମଣ କରିନାହିଁ ଓ ଅନ୍ୟ କାହାର ଇଞ୍ଚେ ବି ଜାଗା ମାଡ଼ିବସିନାହିଁ ବୋଲି କହିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଭର୍ଚୁଆଲ ବୈଠକରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି ।

ସେ କହିଛନ୍ତି ଯେ ଚୀନ ଲୋକ ସବୁବେଳେ ଶାନ୍ତିକୁ ଭଲ ପାଆନ୍ତି । ଆକ୍ରମଣାତ୍ମକ ଆଭିମୁଖ୍ୟ ବା ଆଧିପତ୍ୟ ବିସ୍ତାର କରିବା ଚୀନବାସୀଙ୍କ ରକ୍ତରେ ନାହିଁ । ପିପୁଲ୍ସ ରିପବ୍ଲିକ ଅଫ ଚାଇନା ପ୍ରତିଷ୍ଠା ହେବା ଦିନଠାରୁ ଚୀନ ଆଗୁଆ କାହା ଉପରେ ଆକ୍ରମଣ କରିନାହିଁ ଓ କାହାର ଜମି ମାଡ଼ିବସିନାହିଁ ।

ବିଗତ କିଛି ବର୍ଷ ହେଲା ଚୀନ ନିଜ ସୀମା ବିବାଦକୁ ନେଇ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରୁଛି । ଚୀନର ଭାରତ ସହ ସୀମା ବିବାଦ ରହିଥିବାବେଳେ ଜଳସୀମାକୁ ନେଇ ଜାପାନ, ଇଣ୍ଡୋନେସିଆ,ମାଲେସିଆ, ବ୍ରୁନେଇ,ଫିଲିପାଇନ୍ସ ଆଦି ଦେଶ ସହ ବିବାଦ ରହିଛି । ଏହା ସହିତ ତାଇଓ୍ବାନକୁ ନିଜର କହି ଅଧିକାର କରିବାକୁ ଲକ୍ଷ୍ୟ ରଖିଛି ଚୀନ । ଚୀନ ରାଷ୍ଟ୍ରପତିଙ୍କ ଏହି ବୟାନ ଏସବୁ ବିବାଦକୁ ଲୁଚାଇବାକୁ ଏକ ଉଦ୍ୟମ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଗତ କାଲି ସି ଜିନ ପିଙ୍ଗ ତାଇଓ୍ବାନ ପ୍ରସଙ୍ଗରେ ଆମେରିକାକୁ ବି ଧମକାଇଥିଲେ । ଆମେରିକା ନିଆଁ ସହ ନ ଖେଳୁ ବୋଲି ସେ ଚେତାବନୀ ଦେଇଥିଲେ ।

ସମ୍ବନ୍ଧିତ ଖବର