କଡ଼ା ସୁରକ୍ଷା ବଳୟ ଭିତରେ ବି ରାଷ୍ଟ୍ରପତି ଭବନ ଭିତରେ ପଶିଲା କାର, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଢ଼ିଲା ହେଲାଣି କି ସୁରକ୍ଷା ବ୍ୟବସ୍ଥା? ସୋମବାର ରାତିରେ ଘଟିଥିବା ଘଟଣା ଏଭଳି ଭାବିବାକୁ ବାଧ୍ୟ କରିଛି। ଦିଲ୍ଲୀର ଅନ୍ୟତମ ସୁରକ୍ଷିତ ଅଞ୍ଚଳ ଭାବେ ଜଣାଶୁଣା ରାଷ୍ଟ୍ରପତି ଭବନରେ କଡ଼‌ା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଦୁଇଜଣ ଯୁବକ-ଯୁବତୀ ଭିତରକୁ ପଶିଯିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମିଳିଥିବା ସୂଚନା ମୁତାବକ, ସୋମବାର ରାତି‌ରେ ଏକ କାରଟି ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର ୩୫ରେ ପ୍ରବେଶ କରି ତିନୋଟି ବ୍ୟାରିକେଡ୍ ଅତିକ୍ରମ କରିବା ସହ ଭିତରକୁ ପ୍ରବେଶ କରିଥିଲା। ସୁରକ୍ଷାକର୍ମୀମାନେ ଥାଇ ମଧ୍ୟ ଏଭଳି ଏକ ଅଜଣା ଗାଡ଼ି ଭିତରକୁ ଚାଲିଯିବାଟା ଅନେକ ପ୍ରଶ୍ନ ଛିଡ଼ା କରୁଛି। ସୋମବାର ରାତି ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି। ତେବେ କାରଟି ଭିତରକୁ ଯାଉଥିବା ଦେଖି ସୁରକ୍ଷାକର୍ମୀ କାରକୁ ଅଟକାଇବା ସହ ଦୁହିଁଙ୍କୁ ଏବେ ପଚରାଉଚରା କରିଥିଲା।

ପରେ ଦୁହିଁଙ୍କୁ ହେପାଜତକୁ ନିଆଯାଇ ପୁଲିସ କୋର୍ଟରେ ହାଜର କରିବା ପରେ ଏବେ ସେମାନଙ୍କୁ ଜେଲକୁ ପଠାଦିଆଯାଇଛି। ଘଟଣା ଘଟିବା ସମୟରେ ଉଭୟେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର