ସିନ୍‌ଜାଙ୍ଗ୍‌ରେ ଚୀନ୍‌ ମାନବତା ପ୍ରତି ଅପରାଧ କରିଥାଇ ପାରେ: ଜାତିସଂଘ

ଜିନିଭା: ଚୀନ୍‌ର ସିନ୍‌ଜାଙ୍ଗ୍‌ରେ ସାଂଘାତିକ ମାନବ ଅଧିକାର ଅପବ୍ୟବହାର ହୋଇଥିବା ବିଷୟରେ ବୁଧବାର ରାତିରେ ଜାତିସଂଘ ଏକ ଆଘାତ ଦେବା ଭଳି ରିପୋର୍ଟରେ ପ୍ରକାଶ କରିଛି।

ସେଠାରେ ଅଭିଯୋଗ ହେଉଥିବା ନିର୍ଯାତନା ବିଶ୍ବାସଯୋଗ୍ୟ ହୋଇଥିବାରୁ ଚୀନ୍‌ ମାନବତା ପ୍ରତି ଅପରାଧ କରିଥାଇ ପାରେ ବୋଲି ଜାତିସଂଘ କହିଛି। ପ୍ରାୟ ବର୍ଷେ ହେବ ପ୍ରସ୍ତୁତି କରାଯାଇଥିବା ଉକ୍ତ ରିପୋର୍ଟ ଜିନିଭାରେ ବୁଧବାର ରାତି ୧୧.୪୭ରେ ଅର୍ଥାତ୍‌ ମାନବ ଅଧିକାର ନିମନ୍ତେ ଜାତିସଂଘ ହାଇକମିସନର୍‌ ମିସେଲ୍‌ ବାସ୍‌ଲେଟ୍‌ଙ୍କ ୪ ବର୍ଷିୟ କାର୍ଯ୍ୟକାଳ ଶେଷ ହେବାକୁ ମାତ୍ର ୧୩ ମିନିଟ୍‌ ବାକି ଥିବା ବେଳେ ପ୍ରକାଶ ପାଇଥିଲ।

ଉତ୍‌କ୍ଷିପ୍ତ ଚୀନ୍‌ର ତୀବ୍ର ଚାପ ପ୍ରୟୋଗ ସତ୍ତ୍ବେ ଉକ୍ତ ରିପୋର୍ଟ ଲୋକଲୋଚନକୁ ଆଣିବେ ବୋଲି ଚିଲିର ପୂର୍ବତନ ରାଷ୍ଟ୍ରପତି ମିସେଲ୍‌ ବାସ୍‌ଲେଟ୍‌ ବଦ୍ଧପରିକର ଥିଲେ।

Image Courtesy of The Telegraph

ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫପି’କୁ ପଠାଇଥିବା ଇ-ମେଲ୍‌ରେ ସେ ଲେଖିଛନ୍ତି, ମୋ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଉକ୍ତ ରିପୋର୍ଟକୁ ପ୍ରକାଶ କରିବି ବୋଲି କହିଥିଲି। ତେଣୁ, ପ୍ରକାଶ କରିଦେଲି। ମାମଲା ସବୁ ସାଙ୍ଘାତିକ। ଦେଶର ଉଚ୍ଚସ୍ତରୀୟ ଜାରତୀୟ ଏବଂ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ନିକଟରେ ମୁଁ ଉକ୍ତ ମାମଲାଗୁଡ଼ିକୁ ଉତ୍ଥାପନ କରିଛି।

ସୁଦୂର ସିନ୍‌ଜାଙ୍ଗ୍‌ ଅଞ୍ଚଳରେ ଏକ ନିୟୁତରୁ ଅଧିକସଂଖ୍ୟକ ୱିଇଘୁର୍‌ ଏବଂ ଅନ୍ୟ ମୁସଲମାନ ସଂଖ୍ୟାଲଘୁଙ୍କୁ ବର୍ଷ ବର୍ଷ ଧରି ଅଟକ ରଖିଛି ବୋଲି ଚୀନ୍‌ ଉପରେ ଦୋଷାରୋପ କରାଯାଉଛି।

ଶେଷରେ ବାସ୍‌ଲେଟ୍‌ ସ୍ଥିର କଲେ କି, ‘ସିନ୍‌ଜାଙ୍ଗ୍‌ ୱିଘୁର୍‌ ଅଟୋନମସ୍‌ ରିଜନ୍‌’ (ଏକ୍ସୟୁଏଆର୍‌) ଅଭ୍ୟନ୍ତରୀଣ ପରିସ୍ଥିତି ବିଷୟରେ ପୂର୍ଣ୍ଣ ମୂଲ୍ୟାୟନ ଆବଶ୍ୟକ। ସେଠାରେ ଥିବା ଚୀନ୍‌ର ତଥାକଥିତ ‘ଭୋକେସ୍‌ନାଲ୍‌ ଏଜୁକେସନ୍‌ ଆଣ୍ଡ୍‌ ଟ୍ରେନିଙ୍ଗ୍‌ ସେଣ୍ଟର୍ସ’ରେ ଅଟକ ଥିବା ଲୋକଙ୍କ ଉପରେ ହେଉଥିବା ନିର୍ଯାତନା ବିଶୟରେ ଉକ୍ତ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି।

ସମ୍ବନ୍ଧିତ ଖବର