ଜାପାନ ସମୁଦ୍ର ସୀମା ମଧ୍ୟକୁ ପ୍ରବେଶ କରୁଛନ୍ତି ଚୀନର ଜାହାଜ

ଟୋକିଓ: ଜଳରେ ବି ଚୀନର ବଢୁଥିବା ପ୍ରଭାବ ଯୋଗୁଁ ଜାପାନ ଓ ଚୀନ ମଧ୍ୟରେ ସେନକାକୁ ଦ୍ଵୀପରେ ଗରମାଗରମ ପରିସ୍ଥିତି ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ ଚୀନ୍ ହିନ୍ଦ୍ ଓ ପ୍ରଶାନ୍ତ ମହାସାଗରରେ ନିଜ ପତିଆରା ବୃଦ୍ଧି କରିବା ପାଇଁ ଜାପାନର ପୂର୍ବ ଚୀନ ସାଗରରେ ସେନକାକୁ ଦ୍ଵୀପ ସମୁହରେ ପ୍ରବେଶକୁ ଜୋରଦାର କରିଛି । ଜାପାନୀ ତଟ ରକ୍ଷକ ଦଳ ସୋମବାର ଦିନ କହିଛନ୍ତି, ସେନକାକୁ ଦ୍ଵୀପ ସମୂହରେ ଅନେକଗୁଡିଏ ଚୀନୀ ଜାହାଜକୁ ଜାପାନର ସମୁଦ୍ର ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାର ଦେଖାଯାଇଛି ।

ଆନ୍ତ୍ରର୍ଜାତିକ ସାମୁଦ୍ରିକ କାନୁନର ଜଣେ ବିଶେଷଜ୍ଞ କହିଛନ୍ତି,ଜାପାନର ସମୁଦ୍ର ସୀମାରେ ଚୀନର ଚାଲ୍ ଆହୁରି ତୀବ୍ର ହୋଇଥିବାର ଆଶଙ୍କା କରାଯାଉଛି । ଚୀନର କାର୍ଯ୍ୟକଳାପକୁ ଦେଖି ଜାପାନର ତଟରକ୍ଷକ ବଳ ଅଧିକ ସତର୍କ ହୋଇଯାଇଛି ।

ସେନକାକୁ ଦ୍ଵୀପ ସମୂହକୁ ଜାପାନ ନିୟନ୍ତ୍ରଣ କରିଥାଏ । ଜାପାନ ଅନୁସାରେ ସେନକାକୁ ଦ୍ଵୀପ ସମୂହ ଜାପାନର ଅଭିନ୍ନ ଅଂଶ ଅଟେ । ତେବେ ଚୀନ୍ ଓ ତାଇଓ୍ଵାନ ଉଭୟେ ଏହି ଦ୍ଵୀପ ସମୂହକୁ ନିଜର ବୋଲି ଦାବି କରିଥାନ୍ତି । ୨୦୨୦ରେ ଚୀନୀ ସରକାରୀ ଜାହାଜଗୁଡି ଜାପାନ ସୀମାରେ ୩୪ ଥର ପ୍ରବେଶ କରିଥିଲା ବୋଲି ଜାପାନୀ ତଟୀୟ ସୁରକ୍ଷା ବଳ ସୂଚନା ଦେଇଥିଲା । ୨୦୨୦ରେ ଜାପାନ ନିଜ ତଟ ରକ୍ଷକ ଦଳକୁ ନିର୍ଦେଶ ଦେଇଥିଲା ଯେ ଯଦି ଜାପାନର ସମୁଦ୍ର ସୀମାକୁ ପ୍ରବେଶ କରୁଥିବା ଜାହାଜଗୁଡିକ ଜାପାନର ଆଦେଶକୁ ପାଳନ ନକରନ୍ତି ତେବେ ତାଙ୍କ ବିରୋଧରେ ଅସ୍ତ୍ରର ବ୍ୟବହାର ସେମାନେ କରି ପାରିବେ ।

ସମ୍ବନ୍ଧିତ ଖବର