ମହାକାଶକୁ ମାଲବାହୀ ରକେଟ୍ ଛାଡ଼ିଲା ଚୀନ

ବେଜିଂ :  ଶନିବାର ସକାଳେ ମହାକାଶକୁ ଏକ ମାଲବାହୀ ରକେଟ୍ ଛାଡ଼ିଛି ଚୀନ । ତିଆନଜୁ-୫ ନାମକ ମାଲବାହୀ ମହାକାଶ ଯାନକୁ ଲଙ୍ଗ୍ ମାର୍ଚ୍ଚ-୭ ନାମକ ରକେଟ ମାଧ୍ୟମରେ ମହାକାଶକୁ ପଠାଯାଇଛି । ଏହାକୁ ଦକ୍ଷିଣ ଚୀନ ହେନାନ ପ୍ରଦେଶସ୍ଥିତ ଓ୍ବେନଚାଙ୍ଗ୍ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ପରେ ଏହା ଆଶାନୁରୂପ ଭାବେ ନିଜର କକ୍ଷପଥରେ ସ୍ଥାପିତ ହୋଇଛି ବୋଲି ଚାଇନା ମାନଡ୍ ସ୍ପେସ ଏଜେନ୍ସି କହିଛି ।

ମହାକାଶରେ ଥିବା ଚୀନର ମହାକାଶ କେନ୍ଦ୍ର ତିଆନଗଙ୍ଗକୁ ଏହା ଆବଶ୍ୟକ ଜରୁରୀ ସାମଗ୍ରୀ ବହନ କରିନେଇଛି । ଏହି ମହାକାଶ କେନ୍ଦ୍ରରେ ବର୍ତ୍ତମାନ ଥିବା ମହାକାଶଚାରୀ ଓ ନିକଟରେ ଯିବାକୁ ଥିବା ପରବର୍ତ୍ତୀ ମହାକାଶଚାରୀଙ୍କ ସାମଗ୍ରୀ ମଧ୍ୟ ପଠାଯାଇଛି । ଚଳିତ ମାସରେ ହିଁ କେତେକ ମହାକାଶଚାରୀଙ୍କୁ ନେଇ ଚୀନର ସେନଝୁ-୧୫ ମହାକାଶ ଯାନ ମହାକାଶକୁ ଯାତ୍ରା କରିବ । ବର୍ତ୍ତମାନ ଥିବା ମହାକାଶଚାରୀଙ୍କ ପାଇଁ କେତେକ ଉପହାର ବି ପଠାଯାଇଛି । ଏପରିକି ଆଗକୁ ଚୀନର ପ୍ରସିଦ୍ଧ ବସନ୍ତ ମହୋତ୍ସବ ଥିବାବେଳେ ସେଥିପାଇଁ ଉଦ୍ଦିଷ୍ଟ ସାମଗ୍ରୀ ବି ପଠାଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମହାକାଶରେ ଏକ ମହାକାଶ କେନ୍ଦ୍ର ଥିବାବେଳେ  ଏବେ ଚୀନ ପକ୍ଷରୁ ଏକ ମହାକାଶ କେନ୍ଦ୍ର ତିଆନଗଙ୍ଗ ତିଆରି ଚାଲିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ କାମ ସଂପୂର୍ଣ୍ଣ ହେବ ବୋଲି ଚୀନର ମହାକାଶ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଗତ ଅକ୍ଟୋବର ୩୧ରେ ଏଥିପାଇଁ ଶେଷ ଲାବ ମଡ୍ୟୁଲ ପଠାଯାଇଥିଲା ।

 

ସମ୍ବନ୍ଧିତ ଖବର