କରୋନା ମାମଲାରେ ଆମେରିକା ମିଛ କହିବା ବନ୍ଦ କରୁ: ଚୀନ୍‌

ବେଜିଂ: କରୋନା ଭାଇରସ୍‌ ନେଇ ଗତ ଗୋଟିଏ ସପ୍ତାହ ମଧ୍ୟରେ ଆମେରିକା ଏବଂ ଚୀନ୍‌ ମଧ୍ୟରେ କଥା କଟାକଟି ଜାରି ରହିଛି। କରୋନା ବିଶ୍ବ ମହାମାରୀ ନେଇ ଚୀନ୍‌ ସୂଚନା ଲୁଚାଉଛି ବୋଲି ଆମେରିକା ଅଭିଯୋଗ କରିଥିବା ବେଳେ ଚୀନ୍‌ କହିଛି ଯେ, ଏହା ଆମେରିକାକୁ ସମସ୍ତ ସୂଚନା ଦେଇଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ହୁଆ‌ ଚୁନିଙ୍ଗ୍‌ କହିଛନ୍ତି, ଆମେରିକା ବିଦେଶ ସଚିବ ମାଇକ୍‌ ପମ୍ପିଓ ମିଛ କହିବା ବନ୍ଦ କରନ୍ତୁ। ପମ୍ପିଓ ଅନ୍ତର୍ଜାତୀୟ ଗଣମାଧ୍ୟମ‌ରେ ସାକ୍ଷାତକାର ଦେଇ କହିଥିଲେ ଯେ, ଚୀନ୍‌ କରୋନା ଭାଇରସ୍‌କୁ ଚିହ୍ନଟ କରିବାପରେ ଅନେକ ଗୁରୁତ୍ବପୂର୍ଣ୍ଣ ସମୟ ନଷ୍ଟ କରିଦେଇଛି। ଭାଇରସ୍‌ର କେନ୍ଦ୍ରସ୍ଥଳ ଉହାନ୍‌ରୁ ନାଗରିକମାନେ ଅନ୍ୟତ୍ର ଯାଇ ଭାଇରସ୍‌ ବ୍ୟାପିଛି। ଏହାଦ୍ବାରା ଚୀନ୍ ବାହାରେ ମୃତ୍ୟୁସଂଖ୍ୟା ଚୀନ୍‌କୁ ଟପିଯାଇଛି।

ସମ୍ବନ୍ଧିତ ଖବର