କରୋନା ପାଇଁ କୋକୁଆ ଭୟ, ବାହାଘର ଏବଂ ଅନ୍ତିମ ସଂସ୍କାର ଆଦି ଉପରେ କଟକଣା ଜାରି କଲେ ଚୀନ୍ ସରକାର

ନୂଆଦିଲ୍ଲୀ: ଚୀନରେ କରୋନା ପାଇଁ କୋକୁଆ ଭୟ । ଦିନକୁ ଦିନ ବଢ଼ୁଛନ୍ତି ମୃତକଙ୍କ ସଂଖ୍ୟା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ବିଶ୍ୱ ଜନସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିସାରିଛି । କରୋନା ଭାଇରସ୍ ଏବେ ଚୀନ୍ ସମେତ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି । ଏହା ଭିତରେ ଖବର ଆସିଛି ଯେ କରୋନା ପାଇଁ ଚୀନରେ ବିବାହ ଆଦି ଶୁଭକାର୍ଯ୍ୟକୁ ସାମୟିକଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଲି ସେତିକି ନୁହେଁ ଅନ୍ତିମ ସଂସ୍କାରକୁ ବି ସଂକ୍ଷିପ୍ତ ରଖିବା ଲାଗି ଅନୁରୋଧ କରିଛନ୍ତି ଚୀନ୍ ସରକାର।
ମହାମାରୀ ରୂପ ନେଇଥିବା କରୋନ ପାଇଁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ସମସ୍ତ ଶୁଭକାମକୁ ଅଟକାଇ ଦିଆଯାଇଛି । ସରକାର ବିବାହ ଉପରେ ରୋକ୍ ଲଗାଇ ଦେଇଛନ୍ତି ।
ଚୀନରେ ସାମୟିକ ସମୟ ପାଇଁ ବିବାହ ଆଦି ଶୁଭକାର୍ଯ୍ୟ ବନ୍ଦ କରିବା ପାଇଁ ନାଗରିକଙ୍କ ଉଦ୍ଦେଶ୍ୟରେ ଅପିଲ୍ କରିଛନ୍ତି ସରକାର । କେବଳ ଏତିକି ନୁହେଁ ଅନ୍ତିମ ସଂସ୍କାର କାମ ଆଦି କାମରେ ଅଳ୍ପ ଲୋକ ଉପସ୍ଥିତ ରୁହନ୍ତୁ ବୋଲି ଅନୁରୋଧ କରିଛନ୍ତି । ଲୋକେ ଏକାଠି ନ ହେଲେ ଭୂତାଣୁ ସଂକ୍ରମଣ ହେବନି ବୋଲି ଏପରି ପଦକ୍ଷେପ ଉଠାଇଛନ୍ତି ଚୀନ ସରକାର ।

Image result for chinese marriage
image source-youtube

ରିପୋର୍ଟ ଅନୁସାରେ ଆଜି  (୦୨/୦୨/୨୦୨୦) ତାରିଖକୁ ସ୍ମରଣୀୟ କରିବା ପାଇଁ ଚୀନରେ ପୂର୍ବରୁ ହଜାର ହଜାର ବିବାହ ପଞ୍ଜୀକରଣ କରାଯାଇଥିଲା । କରୋନାକୁ ଦୃଷ୍ଟିରେ ରଖି ସରକାର ବିବାହ ପଞ୍ଜୀକରଣ ସେବାକୁ ଅସ୍ଥାୟୀ ରୂପରେ ବନ୍ଦ କରିଦେଇଛନ୍ତି । କରୋନା ଭୟରେ ବିବାହ ଆଦି କାମକୁ ଅଳ୍ପ ଦିନ ପାଇଁ ବନ୍ଦ କରିଦେବାକୁ ନିବେଦନ କରାଯାଇଛି ।

ସମ୍ବନ୍ଧିତ ଖବର