ଆମେରିକାକୁ ଚୀନ୍‌ର ଚେତାବନୀ : ଆମ ଦ୍ବୀପରୁ ଦୂରେଇ ରୁହ

ୱାସିଂଟନ : ଚୀନ୍‌ ଏବଂ ଆମେରିକା ମଧ୍ୟରେ ଆଜି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଅନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା ହୋଇଛି। ତେବେ ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର କୌଣସି ଦ୍ବୀପର ନିକଟତର ନହେବା ପାଇଁ ଆଜି ଚୀନ୍‌ ଆମେରିକାକୁ ଚେତାବନୀ ଦେଇଛି। ଚୀନ୍‌ର ଦ୍ବୀପାଞ୍ଚଳ ନିକଟରେ ଆମେରିକାର କୌଣସି ଯୁଦ୍ଧପୋତ, ବିମାନର ଉପସ୍ଥିତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଚୀନ୍‌ କହିଛି। ଦକ୍ଷିଣ ଚୀନ୍‌ ସାଗରରେ ଯେ କୌଣସି ହସ୍ତକ୍ଷେପକୁ ଚୀନ୍‌ ଗମ୍ଭୀରତାର ସହ ଗ୍ରହଣ କରିବ ଏବଂ ଏହା ବିଶ୍ବ ପାଇଁ ବିପଜ୍ଜନକ ହେବ ବୋଲି ଚୀନ୍‌ କହିଛନ୍ତି। ଆଜିର ବୈଠକରେ ଉଭୟ ରାଷ୍ଟ୍ରର ସେନା ମୁଖ୍ୟ ଏବଂ ବରିଷ୍ଠ କୂଟନୀତିଜ୍ଞମାନେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର