ନିଜର ବାଲିଷ୍ଟିଲ ମିସାଇଲ ସବମେରିନ ସଂଖ୍ୟା ବଢାଇଚାଲିଛି ଚୀନ, ଭାରତ ମହାସାଗରରେ ଆଧିପତ୍ୟ ପାଇଁ ଯୋଜନା

ବେଜିଂ : ବିଶ୍ୱରେ ନିଜର ନୌସେନାକୁ ସବୁଠାରୁ ଶକ୍ତିଶାଳୀ କରିବାକୁ ଚୀନ ଏକ ବୃହତ ତଥା ଦୀର୍ଘ ମିଆଦୀ ରଣନୀତି ଉପରେ କାର୍ଯ୍ୟ କରୁଛି । ନିଜର ନୌସେନାକୁ ଏକ ବ୍ଲୁ ଓ୍ଵାଟର ନେଭି ଅର୍ଥାତ ବିଶ୍ୱର ଯେ କୌଣସି ସମୁଦ୍ରରେ ଆକ୍ରମଣ କରିବାର କ୍ଷମତା ହାସଲ କରିବାକୁ ଚାହୁଁଛି ଚୀନ । ଏଥିପାଇଁ ଚୀନ ନିଜର ବିମାନବାହୀ ପୋତ ସଂଖ୍ୟା ବଢାଉଛି ।

ଏହା ସହିତ ମିସାଇଲ ଡେଷ୍ଟ୍ରୟର ସଂଖ୍ୟା ମଧ୍ୟ ୨୦କୁ ବୃଦ୍ଧି କରିଛି । କିନ୍ତୁ ଚୀନ ଗୋପନରେ ଆଉ ଏକ ରଣନୀତି ଉପରେ କାମ କରୁଛି, ତାହା ହେଉଛି ସାଇବର ଓ୍ଵାରଫେୟାର ମାଧ୍ୟମରେ ଆମେରିକା ଓ ଅନ୍ୟ ଦେଶର ନୌସେନାର ଟେକନଲୋଜୀ ଚୋରୀ କରୁଛି ଓ ସେହି ଅନୁସାରେ ନିଜର ଟେକନଲଜୀରେ ବିକାଶ କରୁଛି । ନିକଟରେ ଆସିଥିବା ଏକ ରିପୋର୍ଟ ଅନୁସାରେ ଚୀନ ନିଜର ବାଲିଷ୍ଟିଲ ମିସାଇଲ ସବମେରିନ ବା ବାଲିଷ୍ଟିକ ମିସାଇଲ କ୍ଷେପଣ କରିପାରୁଥିବା ଲଢୁଆ ବୁଡାଜାହଜ ସଂଖ୍ୟା ବଢାଇଚାଲିଛି । ଏହି ସବମେରିନ ସଂଖ୍ୟା ଯେତିକି ଥିବ ବୋଲି ପୂର୍ବରୁ ଅଟକଳ କରାଯାଉଥିଲା, ଚୀନ ପାଖରେ ତାଠାରୁ ଅଧିକ ରହିଥିବା ସଂଦେହ କରାଯାଉଛି ।

ନିଜର ଏହି ନୌଶକ୍ତି ବୃଦ୍ଧି କରି ଚୀନ ଭାରତ ମହାସାଗରରେ ଆମେରିକା ଓ ଭାରତର ଆଧିପତ୍ୟକୁ ହ୍ରାସ କରିବାକୁ ଚାହୁଁଛି ।

ସମ୍ବନ୍ଧିତ ଖବର