‘ବ୍ଲାକ୍ ଲାଇଭ୍‌ସ୍ ମ୍ୟାଟର୍’ ପ୍ରତିବାଦ ବେଳେ ସେଣ୍ଟ୍‌ ପଲ୍‌ରେ ଥିବା କ୍ରିଷ୍ଟୋଫର୍ କଲମ୍ବସ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ପ୍ରତିବାଦକାରୀ

ମିନିସୋଟା: ବୁଧବାର ଅପରାହ୍ଣରେ ‘ବ୍ଲାକ୍ ଲାଇଭ୍‌ସ୍ ମ୍ୟାଟର୍’ ପ୍ରତିବାଦ ବେଳେ ମିନିସୋଟା ଷ୍ଟେଟ୍ କ୍ୟାପିଟଲ୍‌ ବାହାରେ ଥିବା କ୍ରିଷ୍ଟୋଫର୍ କଲମ୍ବସ୍‌ଙ୍କର ପ୍ରତିମୂର୍ତ୍ତିକୁ ପ୍ରତିବାଦକାରୀମାନେ ଭାଙ୍ଗି ପକାଇଛନ୍ତି।

ପ୍ରତିବାଦ କାରିମାନେ ୧୦ ଫୁଟ୍ ଉଚ୍ଚତାବିଶିଷ୍ଟ କଲମ୍ବସ୍‌ଙ୍କ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତିକୁ ଗୋଟାଏ ଦଉଡ଼ିରେ ବାନ୍ଧିବା ପରେ ଟାଣି ଟାଣି ପଥର ବଇଠିରୁ ତଳକୁ ଖସାଇ ପକାଇଥିଲେ।

ଡାକୋଟା ଏବଂ ଓଜିବ୍‌ୱି ଭାରତୀୟ ସମେତ ପ୍ରତିବାଦକାରୀମାନେ କହିଛନ୍ତି ଯେ କଲମ୍ବସ୍‌ଙ୍କୁ ସେମାନେ ଆଦିମ ଆମେରିକୀୟଙ୍କ ବିରୋଧରେ ଏକ ନରସଂହାର ବୋଲି ବିବେଚନା କରନ୍ତି। ସେମାନେ କହିଛନ୍ତି ଯେ, ରାଜନୈତିକ ପ୍ରକ୍ରିୟା ଦ୍ବାରା‌ ସେମ‌ାନେ ପୂର୍ବରୁ ବହୁଥର ଏହି ପ୍ରତିମୂର୍ତ୍ତିକୁ ହଟାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।

Image Courtesy of Seattle PI

କ୍ୟାପିଟଲ୍ ପରିସରକୁ ସୁରକ୍ଷା ଯୋଗାଉଥିବା ରାଜ୍ୟର ପାଟ୍ରୋଲ୍ ସେନା ହେଲ୍‌ମେଟ୍ ପିନ୍ଧି କିଛି ଦୂରରେ ଠିଆ ହୋଇଥିଲେ ବି ପ୍ରତିବାଦକାରୀମାନଙ୍କୁ ଅଟକାଇ ନ ଥିଲେ। ପ୍ରତିମୂର୍ତ୍ତି ଭାଙ୍ଗିବା ପରେ ସେମାନେ ଆଦିମ ଆମେରିକୀୟ ଗାୟନ ଓ ବାଦ୍ୟ ବଜାଇ ଆନନ୍ଦ କରିଥିଲେ।

କାଳେ ଭାଙ୍ଗିପଡ଼ି ଥିବା ପ୍ରତିମୂର୍ତ୍ତି ଯେମିତି ପ୍ରତିବାଦକାରୀମାନେ ଉଠାଇ ନେଇଯିବେ, ସେଥିପାଇଁ ସୁରକ୍ଷା ଦାୟିତ୍ବରେ ଥିବା ସୈନିକମାନେ ଧାଡ଼ିବାନ୍ଧି ମୂର୍ତ୍ତିକୁ ଅବରୋଧ କରି ଠିଆ ହୋଇଥିଲେ।

 

ସମ୍ବନ୍ଧିତ ଖବର