ସିଏଏ ବିରୋଧୀ ହିଂସା ନେଇ ଉଦ୍‌ବେଗ ପ୍ରକାଶ କଲେ ଜାତିସଂଘ ମହାସଚିବ

ୱା‌ସିଂଟନ୍‌ : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଭାରତର ବିଭିନ୍ନ ସ୍ଥାନରେ ହୋଇଥିବା ଆନ୍ଦୋଳନ ଓ ହିଂସା ପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗେଟର୍ସ। ସ୍ବାଧୀନ ମତବ୍ୟକ୍ତ କରିବାର ଅଧିକାରକୁ ସମ୍ମାନ ଦେବାପାଇଁ ଗେଟର୍ସ ଅନୁରୋଧ କରିବା ସହ ହିଂସା ରୋକିବା ପାଇଁ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଗେଟର୍ସ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସ୍ବାଧୀନ ମତବ୍ୟକ୍ତ କରିବାର ଅଧିକାରକୁ ସମ୍ମାନ ଦେବାପାଇଁ ଗେଟର୍ସଙ୍କ ମୁଖପାତ୍ର ଷ୍ଟିଫେନ୍‌ ଦୁଜାରିକ୍‌ କହିଛନ୍ତି। ଅନ୍ୟପକ୍ଷେ ଜାତିସଂଘ ମାନବାଧିକାର କମିସନ ପାଇଁ ମୁଖପାତ୍ର ଜେନେଭାରେ କହିଛନ୍ତି ଯେ ସିଏଏରେ ମୌଳିକ ଭେଦଭାବ ରହିଛି। ଭାରତୀୟ ସମ୍ବିଧାନରେ ଆଇନ ଆଗରେ ସମସ୍ତେ ସମାନ ବୋଲି ଯେଉଁ ପ୍ରତିଶ୍ରୁତି ରହିଛି ତାହାକୁ ସମ୍ମାନ ଦେଇ ସବୁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର