କାବୁଲ ବିମାନ ବନ୍ଦରରେ ସଂଘର୍ଷ: ଜଣେ ଆଫଗାନ୍‌ ସୈନିକ ନିହତ, ୩ ଆହତ

କାବୁଲ : କାବୁଲ ବିମାନ ବନ୍ଦରର ଉତ୍ତର ଗେଟ୍‌ରେ ଆଜି ନିରାପତ୍ତା ବାହିନୀ ଏବଂ କିଛି ଅଜଣା ଆକ୍ରମଣକାରୀଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଗୁଳିମାଡ଼ ଯୋଗୁଁ ଜଣେ ଆଫଗାନ୍‌ ସୈନିକ ନିହତ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆମେରିକା ଏବଂ ଜର୍ମାନୀ ସୈନିକଙ୍କୁ ଟାର୍ଗେଟ୍‌ କରି ଏହି ଆକ୍ରମଣ ହୋଇଥିଲେ ମଧ୍ୟ ସେମାନଙ୍କର କିଛି କ୍ଷତି ହୋଇନାହିଁ। ଏହି ଆକ୍ରମଣରେ କୌଣସି ଭୂମିକା ନାହିଁ ବୋଲି ତାଲିବାନ କହିଛି। ଗତକାଲି କାବୁଲ ବିମାନବନ୍ଦରରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବ୍ରିଟେନ୍‌ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବିମାନ ବନ୍ଦରରେ ଅଗଷ୍ଟ ୧୬ରୁ ଆଜି ସୁଦ୍ଧା ୨୧ ଜଣଙ୍କର ଗୁଳିମାଡ଼ ଏବଂ ଦଳାଚକଟା ଯୋଗୁଁ ମୃତ୍ୟୁ ହୋଇଛି ଏବଂ ଶତାଧିକ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର