ଆଜି ପୃଥିବୀର ନିକଟତର ହୋଇ ଅତିକ୍ରମ କରିବେ ୩ ଧୂମକେତୁ, ବିପଦର ଆଶଙ୍କା ନାହିଁ : ନାସା

ଭୁବନେଶ୍ୱର : ଆଜି ପୃଥିବୀର ନିକଟବର୍ତ୍ତି ହୋଇ ଅତିକ୍ରମ କରିବେ ହେବେ ୩ଟି ବୃହତ ଧୂମକେତୁ । ଏମାନଙ୍କ ମଧ୍ୟରୁ ଗୋଟିଏ ଧୂମକେତୁ ଚନ୍ଦ୍ରଠାରୁ ମଧ୍ୟ ଅଧିକ ନିକଟତର ହୋଇ ଅତିକ୍ରମ କରିବ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ସତର୍କ କରାଇଦେଇଛି । ନାସାର ସେଣ୍ଟର ଫର ନିଅର ଆର୍ଥ ଷ୍ଟଡିଜ ପକ୍ଷରୁ କୁହାଯାଇଛି ଯେ ଧୂମକେତୁ ୨୦୧୯-ଓଡି ପୃଥିବୀଠାରୁ ମାତ୍ର ୨୨୨,୧୬୦ ମାଇଲ ଦୂରରେ ଅତିକ୍ରମ କରିବ । ଅର୍ଥାତ ଏହା ଚନ୍ଦ୍ରଠାରୁ ମଧ୍ୟ କମ ଦୂରତାରେ ପୃଥିବୀର ନିକଟତର ହେବ । ପୃଥିବୀର ନିକଟତର ହେଲେ ମଧ୍ୟ ଏହା ପୃଥିବୀରେ ଧକ୍କା ହେବାର କୌଣସି ଆଶଙ୍କା ନାହିଁ, ଏଣୁ ବିପଦର କୌଣସି ଆଶଙ୍କା ନାହିଁ ।

European Southern Observatory

ସେହିପରି ୩୬୦ ଫୁଟ ବ୍ୟାସ ବିଶିଷ୍ଟ ଆଉ ଏକ ଧୂମକେତୁ ୨୦୧୫-ଏଚଏମ୧୦ ବୁଧବାରଦିନ ପୃଥିବୀ ନିକଟତର ହୋଇ ଅତିକ୍ରମ କରିବ । ୩ୟ ଧୂମକେତୁଟିର ନାଁ ହେଉଛି ୨୦୧୯ଓଇ ଆକାରରେ ପ୍ରଥମ ଦୁଇ ଧୂମକେତୁଠାରୁ ବହୁତ କମ । ଗତ ଜୁନ ମାସରେ ଏକ ବୃହତ ଧୂମକେତୁ ପୃଥିବୀଠାରୁ ୪.୨ ନିୟୁତ ମାଇଲ ଦୂରରେ ଅତିକ୍ରମ କରିଥିଲା । ଏହା ଏତେ ବଡ଼ ଥିଲା ଯେ ଏହାର ନିଜସ୍ୱ ଚନ୍ଦ୍ର ରହିଥିଲା ।

ସମ୍ବନ୍ଧିତ ଖବର