ଓଡ଼ିଶା ସମେତ ୧୯ଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ଗୋଟିଏ ପ୍ରକାରର ଜିନୋମ୍‌

ନୂଆଦିଲ୍ଳୀ: ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁ ଭିନ୍ନ ଭିନ୍ନ ରୂପରେ ସାମନାକୁ ଆସୁଥିଲା। କିନ୍ତୁ ଗତ ଏକ ମାସ ହେଲା ସଂକ୍ରମିତ ରୋଗୀମାନଙ୍କ ପାଖରୁ ଗୋଟିଏ କିମ୍ବା ଦୁଇଟି ପ୍ରକାରର ଜିନୋମ୍‌ ଦେଖାଯାଉଥିବାର ହାଇଦ୍ରାବାଦସ୍ଥିତ ସିସିଏମ୍‌ବି ବୈଜ୍ଞାନିକମାନଙ୍କର ଗବେଷଣାରୁ ଜଣାପଡ଼ିଛି। ଓଡ଼ିଶା ସମେତ ୧୯ଟି ରାଜ୍ୟରେ କରୋନାର ସବୁଠାରୁ ଅଧିକ ଏ୨ଏ ଜିନୋମ୍‌ ମିଳିଛି। ବୈଜ୍ଞାନିକମାନଙ୍କ ଦ୍ବାରା ସାରା ଦେଶରୁ ୧୦୦୦ରୁ ଅଧିକ କ୍ଲେଡ୍‌ ଏକତ୍ରିତ କରାଯାଇଥିଲା, ଯେଉଁଥିରୁ ୬୧୭ ଜିନୋମ୍‌ ଏ୨ଏ ଷ୍ଟେନ୍‌ ସହ ଜଡ଼ିତ ଥିବାର ଜଣାପଡ଼ିଥିଲା। ଅପରପକ୍ଷେ ୨୪୯ଟି ଜିନୋମ୍‌ ଏ୩ଆଇ ଷ୍ଟେନ୍‌ ସହ ଜଡ଼ିତ ଥିଲା। ଓଡ଼ିଶାରୁ ପରୀକ୍ଷା କରାଯାଇଥିବା ୧୩୦ଟି ଜିନୋମ୍‌ରୁ ୪୮ଟି ଏ୨ଏ ଷ୍ଟେନ ସହ ଜଡ଼ିତ ଥିଲା। ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଜିନୋମଗୁଡ଼ିକର କମ୍‌ ପ୍ରଭାବ ଯୋଗୁଁ ରୋଗୀ ସଂକ୍ରମିତ ହେବା ପରେ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରୁଛନ୍ତି। ବହୁତ କମ୍‌ ଲୋକଙ୍କ ପାଖରେ ଏହା ଘାତକ ସାବ୍ୟସ୍ତ ହେଉଛି।

ସମ୍ବନ୍ଧିତ ଖବର