ପଞ୍ଜାବରେ କରୋନା ସଂକ୍ରମିତଙ୍କ ମଧ୍ୟରେ ୮୧ ପ୍ରତିଶତ ୟୁକେ ଷ୍ଟ୍ରେନର ଶିକାର, ଯୁବକଙ୍କୁ ଟିକା ଦେବାକୁ କେନ୍ଦ୍ରର ଅନୁମତି ମାଗିଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ କରିଛନ୍ତି କି ରାଜ୍ୟର ଯୁବକମାନଙ୍କୁ ଟିକା ଦେବାକୁ ଅନୁମତି ଦିଆଯାଉ । ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ରବୀନ ଠକରାଲଙ୍କ କହିବା ମୁତାବକ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଚିନ୍ତାବ୍ୟକ୍ତ କରି କହିଛନ୍ତି କି କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରେ ୮୧ ପ୍ରତିଶତ ୟୁକେ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ । ଏହାସହ ଠକରାଲଙ୍କ କହିବା ମୁତାବକ ଏବେ ରାଜ୍ୟରେ ଅଧିକ ସଂଖ୍ୟକ ଯୁବକ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କି ୬୦ ବର୍ଷରୁ କମ୍ ବର୍ଷର ଲୋକମାନଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରନ୍ତୁ।

Tweeter

ମୁଖ୍ୟମନ୍ତ୍ରୀ କହିଛନ୍ତି ଅମ୍ରିନ୍ଦର ସିଂ କହିଛନ୍ତି କରୋନା ଭୂତାଣୁର ୟୁକେ ଭାରିଏଣ୍ଟ (ବି ୧୧୭) ଭୂତାଣୁ ଅତି ଘାତକ ଅଟେ । ଏ ନେଇ ପଞ୍ଜାବରେ ୪୦୧ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ତାହା ମଧ୍ୟରୁ ୮୧ ପ୍ରତିଶତ ୟୁକେ ଭାରିଏଣ୍ଟ (ବି-୧୧୭) ବୋଲି ଜଣାପଡିଛି । ଏହାସହ ୟୁକେ ଭାରିଏଣ୍ଟ କରୋନା ଭୂତାଣୁ ଦ୍ୱାରା ରାଜ୍ୟରେ ଅଧିକ ଯୁବକ ସଂକ୍ରମିତ ହେଉଥିବା ସୂଚନା ମିଳିଛି । ଏ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ଲୋକମାନଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ଓ କୋଭିଡ୍ କଟକଣାକୁ କଡାକଡି ପାଳନ କରିବାକୁ ଅନୁରୋଧ କରିଛନ୍ତି। କହିରଖୁ କି ସୋମବାର ଦିନ ପଞ୍ଜାବରେ ୩୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ୧୮,୬୨୮ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଏହାସହ କରୋନା ସଂକ୍ରମଣରେ ରାଜ୍ୟରେ ମୋଟ ୬,୩୮୨ ଜଣଙ୍କର ଜୀବନ ଯାଇଛି।

ସମ୍ବନ୍ଧିତ ଖବର