ଟିକା ପାଇଁ ଆହୁରି ବର୍ଷେ ଲାଗିଯିବ: ଶୀର୍ଷ ଭୂତାଣୁ ବିଜ୍ଞାନୀ

ଦିଲ୍ଲୀରେ ୮୮ ଜଣଙ୍କୁ ଯା‌ଞ୍ଚ କରାଯାଉଛି, ୫ ଦିଲ୍ଲୀ ଏନ୍‌ସିଆର ସ୍କୁଲ୍‌ ବନ୍ଦ

ନୂଆଦିଲ୍ଲୀ : ସାରା ବିଶ୍ବ ଏବେ କରୋନା ଭାଇରସ୍‌କୁ ନେଇ ଭୟ ଓ ଆତଙ୍କରେ ଅଛି। ଭାଇରସ୍ ପାଇଁ କୌଣସି ଟିକା କି ଔଷଧ ବାହାରି ପାରିନଥିବାରୁ ଏହାର ମୁକାବିଲା କରିବା ଖୁବ୍‌ କଷ୍ଟଦାୟକ ହୋଇଯାଇଛି। ବିଶ୍ବରେ ୮୨ଟି ଦେଶରେ ଏବେ ଭାଇରସ୍‌ ପହଞ୍ଚି ସାରିଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ବର ଜଣେ ଶୀର୍ଷ ଭୂତାଣୁ ବିଜ୍ଞାନୀ ଇୟାନ୍‌ ଲିପ୍‌କିନ୍‌ କହିଛନ୍ତି, କରୋନା ଭାଇରସ୍‌ ପାଇଁ ଟିକା ଆସିବାକୁ ଆହୁରି ବର୍ଷେ ଲାଗିଯିବ। ଇୟାନ୍‌ ଲୋକଙ୍କୁ ପରାମର୍ଶ ଦେଇ କହିଛନ୍ତି, ଯଦି ଆପଣ ଅସୁସ୍ଥ ମନେ କରୁଛ ତେବେ ନିଜେ ପୃଥକ୍‌ ହୋଇ ରହିବାକୁ ଚେଷ୍ଟା କରନ୍ତୁ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭାଇରସ୍‌ ମୁକାବିଲା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଇୟାନ୍‌ କହିଛନ୍ତି, ଏଥିନେଇ ଭୟ କରିବାର କୌଣସି ଆବଶ୍ୟକ ନାହିଁ। କେବଳ ସଚେତନ ରହିବାକୁ ପଡ଼ିବ ଏବଂ ସଠିକ୍‌ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ।

ଦିଲ୍ଲୀରେ ୮୮ ଜଣଙ୍କୁ ଯା‌ଞ୍ଚ କରାଯାଉଛି, ୫ ଦିଲ୍ଲୀ ଏନ୍‌ସିଆର ସ୍କୁଲ୍‌ ବନ୍ଦ
ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରାୟ ୮୮ ଜଣ ବ୍ୟକ୍ତି ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କୁ ଯାଞ୍ଚ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି। କେଜ୍ରିୱାଲ୍‌ଙ୍କ ନେତୃତ୍ବ‌ରେ ଏକ ଟାସ୍କଫୋର୍ସ ଏବେ କରୋନାକୁ ନିୟନ୍ତ୍ରଣ କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଦିଲ୍ଲୀରେ ମାସ୍କ୍‌ର କୌଣସି ଅଭାବ ନାହିଁ ଏବଂ ଖୁବ୍‌ ଶୀଘ୍ର ଦିଲ୍ଲୀରେ ଦୁଇଟି ଟେ‌ଷ୍ଟିଂ ଲ୍ୟାବ୍‌ ପ୍ରତିଷ୍ଠା ହେବ ବୋଲି କେଜ୍ରିୱାଲ୍‌ କହିଛନ୍ତି। କରୋନା ପାଇଁ ୫ଟି ଦିଲ୍ଲୀ-ଏନ୍‌ସିଆର ସ୍କୁଲ୍‌ ବନ୍ଦ ରହିଛି। ନଏଡ଼ା ଏବଂ ଗୁରୁଗ୍ରାମରେ ମଧ୍ୟ ଦୁଇଟି ସ୍କୁଲ୍‌କୁ କଟକଣାରେ ରହିଛି।

ସମ୍ବନ୍ଧିତ ଖବର