ଆସନ୍ତାକାଲି ଘୋଷଣା ହୋଇପାରେ ୪ର୍ଥ ପର୍ଯ୍ୟାୟ ଲକଡାଉନ !

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ମେ ୧୬ ତାରିଖରେ ଦେଶରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ସଂପର୍କରେ ଘୋଷଣା ହୋଇପାରେ । ତେବେ ଗତ ଥର ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସଂପର୍କରେ ଘୋଷଣା ନ କରିବାର ସମ୍ଭାବନା ରହିଛି । କେବଳ ଗୃହ ମନ୍ତ୍ରାଳୟ ଏ ସଂପର୍କରେ ଏକ ଗାଇଡଲାଇନ ଜାରି କରି ଘୋଷଣା କରିବ ।

ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୪ର୍ଥ ପର୍ଯ୍ୟାୟ ଲକଡାଉନରେ ନିୟମାବଳୀକୁ ଆହୁରି କୋହଳ କରାଯାଇ ଅର୍ଥନୈତିକ କାର୍ଯ୍ୟକଳାପ ଯେପରି ସ୍ୱାଭାବିକ ହୁଏ ସେ ସଂପର୍କରେ ଗୁରୁତ୍ୱ ଦିଆଯିବ । ତେବେ ଲୋକମାନଙ୍କୁ ସାଧାରଣ ସ୍ୱାସ୍ଥ୍ୟଗତ ଗାଇଡଲାଇନ(ସାମାଜିକ ଦୂରତ୍ୱ,ମାସ୍କ ପିନ୍ଧିବା, ହାତଧୋଇବା ଆଦି) ପାଳନ କରିବାକୁ ହେବ ।

ଅନ୍ୟପକ୍ଷରେ ଗ୍ରୀନ ଜୋନଗୁଡ଼ିକରେ ଶିଳ୍ପାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା, ବସ,ଟାକ୍ସି ଆଦି ଚଳାଚଳ କରିବାକୁ ଅନୁମତି ମିଳିବ । ତେବେ ଦେଶରେ କେବଳ ସ୍ୱତନ୍ତ୍ର ଟ୍ରେନ ବ୍ୟତୀତ ଅନ୍ୟ ଯାତ୍ରୀବାହୀ ଟ୍ରେନକୁ ଅନୁମତି ମିଳିବ ନାହିଁ ।

ପ୍ରଧାନମନ୍ତ୍ରୀ ପ୍ରଥମେ ମାର୍ଚ୍ଚ ୨୪ ତାରିଖରେ ସାରା ଦେଶରେ ଲକଡାଉନ ସଂପର୍କରେ ଘୋଷଣା କରିଥିଲେ । ପ୍ରଥମ ଦଫା ଲକଡାଉନ ୨୧ଦିନ ପାଇଁ ଘୋଷିତ ହୋଇଥିଲା ଓ ଏହା ଏପ୍ରିଲ ୧୪ରେ ସମାପ୍ତ ହୋଇହେବାର ଥିଲା । ତେବେ ଏହାକୁ ମେ ୪ ଓ ତାପରେ ମେ ୧୭ ପର୍ଯ୍ୟନ୍ତ ବଢାଇଦିଆଯାଇଥିଲା । ତେବେ ୨ୟ ଦଫା ଲଡକାଉନ ପରଠାରୁ ସରକାର ପର୍ଯ୍ୟାୟକ୍ରମେ କେତେକ କ୍ଷେତ୍ରକୁ ଧୀରେ ଧୀରେ ଖୋଲିବା ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର